ନୂଆ ଅପଡେଟ୍: ଏବେ ୪ଟି ଡିଭାଇସରେ ଚାଲିବ ହ୍ୱାଟସଆପ୍, ଦରକାର ପଡ଼ିବନାହିଁ ମୋବାଇଲ୍ କନେକ୍ସନ୍

ନୂଆଦିଲ୍ଲୀ: ହ୍ୱାଟସଆପ୍ ନିଜ ୟୁଜର୍ସଙ୍କ ପାଇଁ ନୂତନ ଅପଡେଟ୍ ଆଣିଛି । ଏବେ କମ୍ପାନୀ ମଲ୍ଟି-ଡିଭାଇସ୍ ଫିଚର୍ ଲଞ୍ଚ କରିଛି । ଯାହା ସାହାଯ୍ୟରେ ୟଜର୍ସ ମାନେ ଏକାସାଙ୍ଗରେ ଚାରିଟି ଡିଭାଇସ୍ ରେ ହ୍ୱାଟସଆପ୍ ବ୍ୟବହାର କରିପାରିବେ । ଏହି ଫିଚର୍ ର ସବୁଠାରୁ ଖାସ୍ କଥା ହେଉଛି ଯେ, ୟଜର୍ ମାନେ ଏବେ ହ୍ୱାଟସଆପ୍ କୁ ଲାପଟପ୍, ଟାବଲେଟ୍ କିମ୍ବା କୌଣସି ଅନ୍ୟ ଡିଭାଇସ୍ ସହ କନେକ୍ଟ କରି ରଖିବାକୁ ମୋବାଇଲ୍ ଡାଟା ଅନ୍ କରି ରଖିବାକୁ ପଡ଼ିବ ନାହିଁ । ଏହି ଫିଚର୍ ରେ ହ୍ୱାଟସଆପ୍ ୱେବ୍ ୟୁଜର୍ସ ସ୍ମାର୍ଟଫୋନର ବିନା ଇଣ୍ଟରନେଟ୍ କନେକ୍ସନ୍ ରେ ମେସେଜ୍ ପଠାଇ ପାରିବେ ।

ତେବେ ସ୍ମାର୍ଟଫୋନ୍ ବିନା ହ୍ୱାଟସଆପ୍ ଚଳାଇବା ପାଇଁ ୟଜର୍ସଙ୍କୁ ବିଟା ପ୍ରୋଗ୍ରାମ୍ ସହିତ ସାମିଲ ହେବାକୁ ପଡ଼ିବ । ଏହାପରେ ଯାଇ ଉପଭୋକ୍ତା ମାନେ ଏହି ଫିଚରର ଲାଭ ଉଠାଇ ପାରିବେ । ଏହି ଫିଚର୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ସହିତ ଆସୁଥିବାରୁ ଏହା ମାଧ୍ୟମରେ ଆପଣଙ୍କର ସବୁ ଚାଟ୍ ସୁରକ୍ଷିତ ହୋଇରହିବ । ତେବେ ଏହି ବିଟା ପ୍ରୋଗ୍ରାମକୁ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ମାତ୍ର ଥରେ ହିଁ ଏହାକୁ ଆକ୍ସେସ୍ କରିବାକୁ ହେବ ।

ଏହି ପ୍ରକ୍ରିୟାରେ ସାମିଲ ହୁଅନ୍ତୁ ମଲ୍ଟି-ଡିଭାଇସ୍ ପ୍ରୋଗ୍ରାମରେ:

୧. ନିଜ ସ୍ମାଟଫୋନ୍ ରେ ହ୍ୱାଟସଆପ୍ ଖୋଲନ୍ତୁ

୨. ହୋମ୍ ପେଜ୍ କୁ ଯାଇ ଡାହାଣ ପଟରେ ଥିବା ତିନିଟି ଡଟ୍ କୁ କ୍ଲିକ୍ କରନ୍ତୁ, ସେଥିରେ କିଛି ଅପସନ୍ ଦେଖିବାକୁ ପାଇବେ ।

୩. ଲିଙ୍କଡ୍ ଡିଭାଇସ୍ କୁ କ୍ଲିକ୍ କରନ୍ତୁ । ସେଠାରେ ହ୍ୱାଟସଆପ୍ ର ମଲ୍ଟି-ଡିଭାଇସ୍ ପ୍ରୋଗ୍ରାମ ସମ୍ପର୍କରେ ସୂଚନା ଦିଆଯାଇଥିବ ।

୪. ତଳେ ଜଏନ୍ ବିଟା ପ୍ରୋଗ୍ରାମ ଦେଖିବାକୁ ପାଇବେ, ଏହାକୁ ଆକ୍ସେସ୍ କରିବାକୁ ଚାହୁଁଥିଲେ ସେଠାରେ ଟ୍ୟାପ୍ କରନ୍ତୁ ।

୫. ଲାପଟପ୍, ଡେକ୍ସଟପ୍ ଅଥବା ଟାବଲେଟ୍ ରେ ହ୍ୱାଟସଆପ୍ ଖୋଲନ୍ତୁ ।

୬. ସ୍ମାର୍ଟଫୋନ୍ ରେ ଥିବା ସ୍କାନର୍ ମାଧ୍ୟମରେ ଡିଭାଇସ୍ ରେ କ୍ୟୁଆର୍ କୋଡ୍ କୁ ସ୍କାନ୍ କରନ୍ତୁ ।

୭. ଦୁଇଟି ଯାକ ଡିଭାଇସ୍ ଏବେ କନେକ୍ଟ ହୋଇଯିବ । ଥରେ କନେକ୍ଟ ହେବା ପରେ ଉପଯୋଗକର୍ତ୍ତା ହ୍ୱାଟସଆପ୍ ୱେବ୍ ମାଧ୍ୟମରେ ମେସେଜ୍ ପଠାଇବା ସହିତ ମେସେଜ୍ ପାଇ ମଧ୍ୟ ପାରିବେ ।