fbpx

ପେଗାସସ୍ ସ୍ପାଏୱେୟାର୍ ମାମଲା: ପଦାକୁ ଆସିଲା ଦ୍ୱିତୀୟ ଲିଷ୍ଟ୍, ଜାଣନ୍ତୁ କେଉଁ ମାନଙ୍କର ନାଁ ରହିଛି ସାମିଲ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚରକୁ ନେଇ ବିବାଦ ଲାଗି ରହିଛି । ଇତି ମଧ୍ୟରେ ଗୁରୁବାର ଦିନ ଏହାର ଆଉ ଏକ ତାଲିକା ସାମନାକୁ ଆସିଛି । ଏଥିରେ ଅନେକ ବରିଷ୍ଟ ଅଧିକାରୀ ମାନଙ୍କ ନାଁ ରହିଛି । ତାଲିକାରେ ସିବିଆଇର ପୂର୍ବ ନିର୍ଦ୍ଦେଶକ ଆଲୋକ ବର୍ମା ଓ ଶିଳ୍ପପତି ଅନିଲ୍ ଅମ୍ବାନୀଙ୍କ ନାଁ ମଧ୍ୟ ସାମିଲ୍ ରହିଛି । ଏହା ବ୍ୟତୀତ ବର୍ମାଙ୍କ କାର୍ଯ୍ୟକାଳ ମଧ୍ୟରେ ଉପ-ନିର୍ଦ୍ଦେଶକ ରହିଥିବା ରାକେଶ ଅସ୍ଥାନା ଓ ସିବିଆଇ ଅଧିକାରୀ ଏକେ ଶର୍ମା, ତିବତୀୟ ଧର୍ମଗୁରୁ ଦଳାଇ ଲାମାଙ୍କ ସମ୍ବନ୍ଧୀୟ ଲୋକମାନଙ୍କ ନାଁ ମଧ୍ୟ ସାମିଲ୍ ରହିଛି । ତେଣୁ ଏମାନଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟ ମୁତାବକ, ଆଲୋକ ଶର୍ମା, ରାକେଶ ଅସ୍ଥାନା ଓ ଏକେ ଶର୍ମାଙ୍କ ବ୍ୟତୀତ ଏମାନଙ୍କ ପରିବାର ତଥା ସର୍ମ୍ପକୀୟଙ୍କ ନାଁ ଡାଟାବେଶ୍ ରେ ସାମିଲ ରହିଛି । ଖାଲି ସେତିକି ନୂହେଁ ଆଲୋକ ବର୍ମାଙ୍କ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିବାପରେ ତାଙ୍କ ନମ୍ବର ସାମିଲ ରହିଛି । ଏହାସହ ଫୋନ୍ ନମ୍ବର, ଝିଅ, ସ୍ତ୍ରୀ ଓ ଜ୍ୱାଇଁଙ୍କ ନମ୍ବର ମଧ୍ୟ ସାମିଲ ରହିଥିବା ସୂଚନା ରହିଛି ।

ଡିଫେନ୍ସ ଓ ଏୟାରସ୍ପେସ୍ ଶିଳ୍ପ ସହ ସମ୍ବନ୍ଧୀତ କିଛି ଅନ୍ୟ ଲୋକମାନଙ୍କ ନାଁ ସାମିଲ ରହିଛି ତାଲିକାରେ । ଊବଗ୍ଦଗ୍ଦବଙ୍କକ୍ଷଗ୍ଧ ଇଙ୍ଖସବଗ୍ଧସକ୍ଟଦ୍ଭ ର ପ୍ରତିନିଧି ରାଓ ପେସିମା, ଝବବଭ ଓଦ୍ଭୟସବ ର ମୁଖ୍ୟ ଇନ୍ଦ୍ରଜୀତ ସିୟାଲ୍, ବୋଇଂ ଇଣ୍ଡିଆର ପ୍ରମୁଖ ପ୍ରତ୍ୟୁଷ କୁମାରଙ୍କ ନମ୍ବର ମଧ୍ୟ ୨୦୧୮ ଓ ୨୦୧୯ ମଧ୍ୟରେ ବିଭିନ୍ନ ସମୟରେ ଲିକ୍ ହୋଇଥିବା ଡାଟାବେଶ୍ ରେ ସାମିଲ ରହିଛି ।

ଏହାସହ ରିପୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ଭଣଜା ଅଭିଶେକ ବାନାର୍ଜୀ, ବରିଷ୍ଠ ରାଜନୈତିଜ୍ଞ ପ୍ରଶାନ୍ତ କିଶୋର ଆଦିଙ୍କ ନମ୍ବର ମଧ୍ୟ ରହିଛି ପେଗାସସ୍ ସ୍ପାଏୱେୟାର୍ ତାଲିକାରେ ।

Get real time updates directly on you device, subscribe now.