fbpx
BJD SKY
BJD SKY

ମଦମୁକ୍ତ ଅଞ୍ଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

BJD

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦାଣ୍ଡିଶ୍ୱର ଛକରେ ନିକଟରେ ସ୍ଥାନୀୟ ମହିଳାମାନେ ମଦମୁକ୍ତ ଅଞ୍ଚଳ ପାଇଁ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ କିଭଳି ଏହି ଛକରେ ମଦବିକ୍ରି ନହେବ ସେଥିପାଇଁ ପାଇଁ ସଂକଳ୍ପ ନେଇଛନ୍ତି ।

ଘଟଣା ଅନୁଯାୟୀ କୋଦଳା ଏନଏସି ଦାଣ୍ଡିଶ୍ୱର ଛକ ନିକଟରେ ଥିବା ମଦ ଦୋକାନ ଯୋଗୁଁ ଅସାମାଜିକ ବ୍ୟକ୍ତିମାନେ ମଦ ପିଇ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଯାହାକୁ ନେଇ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା । କିଛିଦିନ ତଳେ ସ୍ଥାନୀୟ ବାସିନ୍ଦା କୋଦଳା ଥାନା ଓ କୋଦଳା ତହସିଲଦାରଙ୍କୁ ଦାଣ୍ଡିଶ୍ୱର ଛକରେ ମଦ ବିକ୍ରି ବନ୍ଦ କରିବାପାଇଁ ଏକ ଦାବିପତ୍ର ଦେଇଥିଲେ । ଏହାପରେ କୋଦଳା ଆଇଆଇସି ଦେବାଶିଷ ମହାନ୍ତି ସେହି ଛକରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ତେବେ ଆଗାମୀ ଦିନରେ ଏହି ଛକରେ ଯଦି ମଦ ବିକ୍ରି ହୁଏ ତାହେଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.