ଏବେ ପିନକୋଡ଼କୁ ବାଏ ବାଏ; India Post ଲଞ୍ଚ କଲା DIGIPIN, ଜାଣନ୍ତୁ କିପରି କରିବେ ବ୍ୟବହାର

ଏବେ ପିନ୍ କୋଡ୍ ବଦଳରେ ଆପଣଙ୍କର ଡିଜିପିନ୍ ସେୟାର କରନ୍ତୁ! ଭାରତୀୟ ଡାକ ବିଭାଗ ଏକ ନୂତନ ଠିକଣା ପ୍ରଣାଳୀ ଆରମ୍ଭ କରିଛି, ଏହିପରି ଆପଣଙ୍କର ପିନ୍ ଖୋଜନ୍ତୁ...

ନୂଆଦିଲ୍ଲୀ: ଯେତେବେଳେ ଆପଣ ଆପଣଙ୍କର ଠିକଣା କାହାକୁ କୁହନ୍ତି, ସେତେବେଳେ ପିନ୍ କୋଡ୍ ବ୍ୟବହାର କରନ୍ତି । ପିନ୍ କୋଡ୍ ହେଉଛି ଏକ 6-ଅଙ୍କ ବିଶିଷ୍ଟ ସଂଖ୍ୟା । ଯାହା ଡାକ ବିଭାଗ ଦ୍ୱାରା ଭାରତର ଏକ ଅଞ୍ଚଳ କିମ୍ବା ସ୍ଥାନ ଚିହ୍ନଟ କରିବା ପାଇଁ ଦିଆଯାଇଥାଏ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ, ଏହା କୌଣସି କୋରିଅର୍ ବ୍ୟକ୍ତିଙ୍କୁ ଆପଣଙ୍କ ସଠିକ୍ ଠିକଣା ନିର୍ଦ୍ଦେଶିତ କରିପାରିବ ନାହିଁ। ଏହାକୁ ଧ୍ୟାନରେ ରଖି, ଭାରତୀୟ ଡାକ ବିଭାଗ ଏକ ନୂତନ ଆଡ୍ରେସିଂ ସିଷ୍ଚମ ଜାରି କରିଛନ୍ତି। ଯାହାକୁ ଡିଜିପିନ୍ ବୋଲି କୁହାଯାଏ।

ଏହାର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ମାଧ୍ୟମରେ ଦେଶର ଯେକୌଣସି କୋଣର ସଠିକ୍ ଠିକଣା ପ୍ରଦାନ କରିବା। ତେବେ ଆପଣ ଆପଣଙ୍କର Digipin କିପରି ପାଇପାରିବେ ଏବଂ ଏହା କିପରି କାମ କରିବ? ଆସନ୍ତୁ ଜାଣିବା ।

DIGIPIN କ’ଣ?
ଡିଜିପିନ୍ ହେଉଛି ଏକ ନୂତନ ଡିଜିଟାଲ୍ ଆଡ୍ରେସ ସିଷ୍ଟମ, ଯାହା ଡାକ ବିଭାଗ, IIT ହାଇଦ୍ରାବାଦ ଏବଂ ISRO ର ମିଳିତ ସହଯୋଗରେ ବନାଯାଇଛି। ଇଣ୍ଡିଆ ପୋଷ୍ଟର ଡିଜିଟାଲ୍ ପିନ୍ କୋଡ୍ ସର୍ଭିସ୍ ପାଇଁ ଏକ ଡେଡିକେଡେଡ୍ ୱେବସାଇଟ୍ ଲଞ୍ଚ କରାଯାଇଛି । ଏହି ୱେବସାଇଟ୍ ମାଧ୍ୟମରେ, ୟୁଜର୍ସମାନେ ସେମାନଙ୍କ ଆଡ୍ରେସ୍ ପାଇଁ ଏକ ଡିଜିଟାଲ୍ ପିନ୍ କୋଡ୍ ଜେନେରେଟ୍ କରିପାରିବେ । ଏଥି ସହ ଏହି DIGIPIN ଗୁଡିକ ହେଉଛି ଅନନ୍ୟ ୧୦ ଅଙ୍କ ବିଶିଷ୍ଟ ଆଲଫାନ୍ୟୁମେରିକ୍ କୋଡ୍ । ଏହି କୋଡଗୁଡିକ ଆପଣଙ୍କ ଘର କିମ୍ବା ଅଫିସ୍ ଠିକଣାର ସ୍ଥାନ ନିର୍ଦ୍ଦେଶାଙ୍କ କରିବ ।

କୋରିଅର ଏବଂ ପାର୍ସଲ ବ୍ୟତୀତ, DIGIPIN ଏମରଜେନ୍ସି ସର୍ଭିସ୍ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥି ସହ ଏମରଜେନ୍ସି ପରିସ୍ଥିତିରେ ତୁରନ୍ତ ସାହାଯ୍ୟ ପାଇଁ ଆପଣ ଆପଣଙ୍କର ଡିଜିପିନ୍ ବ୍ୟବହାର କରି ପୋଲିସ, ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ସେବାକୁ ଡାକିପାରିବେ । ଆପଣଙ୍କୁ ଆପଣଙ୍କର ଡିଜିପିନ୍ ଏମରଜେନ୍ସି ସର୍ଭିସ୍ ସହିତ ସେୟାର କରିବାକୁ ପଡିବ । ଡିଜିପିନ୍ ସାହାଯ୍ୟରେ, ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ କିମ୍ବା ପୋଲିସ ପାଇଁ ଆପଣଙ୍କ ଠିକଣା ଖୋଜିବା ସହଜ ହେବ ।

ଏହା ପିନକୋଡ୍ ଠାରୁ କିପରି ଭିନ୍ନ?

ଯଦିଓ ଡିଜିପିନ୍ ଏବଂ ପିନକୋଡ୍ ଉଭୟ ଠିକଣା ଚିହ୍ନଟ କରିବା ପାଇଁ ବ୍ୟବହୃତ ହୁଏ, କିନ୍ତୁ ସେମାନଙ୍କର କାର୍ଯ୍ୟ କରିବାର ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ପିନକୋଡ୍ ହେଉଛି 6-ଅଙ୍କ ବିଶିଷ୍ଟ ନମ୍ବର ଯାହା ଏକ ବହୁତ ବଡ଼ ଅଞ୍ଚଳକୁ ଚିହ୍ନଟ କରେ। ଡିଜିପିନ୍ ହେଉଛି ଏକ ଡିଜିଟାଲ୍ ସ୍ଥାନ ବ୍ୟବସ୍ଥା ଯାହା ସମଗ୍ର ଭାରତ ବର୍ଷରେ ଯେକୌଣସି ଅଞ୍ଚଳର ସଠିକ୍ ସ୍ଥାନ ଚିହ୍ନଟ କରିବାରେ ସାହାଯ୍ୟ କରେ। ଯେପରି ପିନ୍ କୋଡ୍ 6 ଅଙ୍କ ବିଶିଷ୍ଟ ହୋଇଥାଏ, ସେହିପରି ଡିଜିପିନ୍ ହେଉଛି 10 ଅକ୍ଷର ବିଶିଷ୍ଟ ଏକ ଅନନ୍ୟ କୋଡ୍। ସାମଗ୍ରିକ ଭାବରେ, ଡିଜିପିନ୍ ସଠିକ୍ ସ୍ଥାନ ପ୍ରଦାନ କରେ ଯେତେବେଳେ ପିନ୍ କୋଡ୍ କେବଳ ଅଞ୍ଚଳ ବିଷୟରେ ସୂଚନା ଦିଏ।

କିପରି ଜେନେରେଟ୍ କରିବେ DIGIPIN ?
– ଆପଣଙ୍କ ଆଡ୍ରେସ୍ ପାଇଁ ଡିଜିପିନ୍ ଜେନେରେଟ୍ କରିବାକୁ ଆପଣଙ୍କୁ ଅଫିସିଆଲ୍ ୱେବସାଇଟକୁ ଜିବାକୁ ପଡିବ ।
– ଏଠାରେ ଆପଣଙ୍କୁ ଆପଣଙ୍କ ଡିଭାଇସର ଲୋକେସନ୍ ଆକ୍ସେସ୍ ଦେବାକୁ ପଡିବ, ଯାହା ଦ୍ଵାରା ଆପଣଙ୍କ ସଠିକ୍ ସ୍ଥାନ ଆଧାରରେ ଡିଜିପିନ୍ କ୍ରିଏଟ୍ କରାଯାଇପାରିବ ।
– ଲୋକେସନ୍ ପରିମିସନ୍ ପ୍ରଦାନ କରିବା ପରେ, ଆପଣଙ୍କର ଡିଜିପିନ୍ ଜେନେରେଟ୍ ହେବ, ଯାହାକୁ ଆପଣ ଏମରଜେନ୍ସି ସର୍ଭିସ୍, ଲଜିଷ୍ଟିକ୍ସ, କୋରିଅର୍ ଡେଲିଭରି ଏବଂ ଏକ କ୍ୟାବ୍ ବୁକ୍ କରିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ ।