UPI ପେମେଣ୍ଟ ଠାରୁ ଟ୍ୟାକ୍ସ ପର୍ଯ୍ୟନ୍ତ, ଆଜିଠୁ ଏହି ଜିନିଷ ଶସ୍ତା ଏବଂ ଏହି ଜିନିଷ ହେବ ମହଙ୍ଗା, ଜାଣନ୍ତୁ

୧ ଏପ୍ରିଲରୁ ବଦଳିଯିବ ନିୟମ, ଏହି ଜିନିଷ ହୋଇଯିବ ଶସ୍ତା

ନୂଆଦିଲ୍ଲୀ: ୧ ଏପ୍ରିଲ ୨୦୨୫ରୁ ଅନେକ ନିୟମ ପରିବର୍ତ୍ତନ, ଆପଣଙ୍କ ଜୀବନକୁ ସିଧାସଳଖ ପ୍ରଭାବିତ କରିବାକୁ ଯାଉଛି। ବଜେଟ ୨୦୨୫ରେ ଘୋଷଣା ହୋଇଥିବା ଅନେକ ନୀତିଗୁଡ଼ିକୁ ବର୍ତ୍ତମାନ ଲାଗୁ କରାଯାଇଛି।

ଟ୍ୟାକ୍ସରେ ରିହାତି, ନିବେଶ, ବିଦେଶରେ ପଢିବା ଏବଂ ଦୈନନ୍ଦିନ ଖର୍ଚ୍ଚରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିବ। ଆସନ୍ତୁ ଜାଣିବା ୬ଟି ବଡ଼ ପରିବର୍ତ୍ତନ।

Tax Slabରେ ଆଶ୍ୱସ୍ତି:
-୧୨ ଲକ୍ଷ ପର୍ଯ୍ୟନ୍ତ ରୋଜଗାରରେ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସହ ଏହି ସୀମା ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯିବ। ୨୦ରୁ ୨୪ ଲକ୍ଷ ଆୟ ଉପରେ ବର୍ତ୍ତମାନ ୨୫% ଟ୍ୟାକ୍ସ ଲାଗିବ।

TDSର ଲିମିଟ ବଢିଲା: ରେଣ୍ଟାଲ ଇନକମରେ ଟିଡିଏସର ଲିମିଟ ୨.୪ ଲକ୍ଷରୁ ବଢି ୬ ଲକ୍ଷ ଟଙ୍କା କରାଯାଇଛି। ସିନିୟର ସିଟିଜେନଙ୍କ ଏଫଡିରେ ଟିଡିଏସର ସୀମା ୫୦ ହଜାରରୁ ବଢାଯାଇ ୧ ଲକ୍ଷ କରାଯାଇଛି।

ବିଦେଶରେ ପଢିବା ଲାଗି ଟିସିଏସରେ ରିହାତି: ବର୍ତ୍ତମାନ ବିଦେଶରେ ପଢିବା ଲାଗି ୭ ଲକ୍ଷ ସ୍ଥାନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପଠାଇବାରେ କୌଣସି ଟିସିଏସ କଟିବ ନାହିଁ।

ଯଦି ବ୍ୟାଙ୍କ ଲୋନ ନେଇ ଟଙ୍କା ପଠାଯାଉଛି ତେବେ ଏଥିରେ ବି ଟିସିଏସ ଲାଗିବ ନାହିଁ।

ଟ୍ୟାକ୍ସ ରିଟର୍ଣ୍ଣ ସଂଶୋଧନ ପାଇଁ ଅଧିକ ସମୟ: ବର୍ତ୍ତମାନ ଆସେସମେଣ୍ଟ ଇୟର ପରେ ୨୪ ମାସ ସ୍ଥାନରେ ୪୮ ମାସ ପର୍ଯ୍ୟନ୍ତ ଅପଡେଟେଡ ରିଟର୍ଣ୍ଣ ଫାଇଲ କରିପାରିବେ।

୨୪ରୁ ୩୬ ମାସ ମଧ୍ୟରେ ଫାଇଲ କରିବା ଉପରେ ୬୦% ଏକ୍ସଟ୍ରା ଟ୍ୟାକ୍ସ ଦେବାକୁ ପଡିବ।

ULIP ଉପରେ କ୍ୟାପିଟାଲ ଗେନ ଟ୍ୟାକ୍ସ:
-ବର୍ତ୍ତମାନ ୟୁନିଟ ଲିଙ୍କଡ ପ୍ଲାନରେ ମଧ୍ୟ ଟ୍ୟାକ୍ସ ଲାଗିବ, ଯଦି ବାର୍ଷିକ ପ୍ରିମିୟମ ୨.୫ ଲକ୍ଷ ଟଙ୍କାରୁ ଅଧିକ ଅଛି, ତେବେ ULIP କୁ ୧୨ ମାସରୁ ଅଧିକ ରଖିଲେ, ତେବେ ୧୨.୫% ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଲାଗିବ। ୧୨ ମାସ ପୂର୍ବରୁ ବିକ୍ରି ଉପରେ ୨୦% ସର୍ଟ ଟର୍ମ ଟ୍ୟାକ୍ସ ଦେବାକୁ ପଡିବ।

କେଉଁ ଜିନିଷ ହେବ ଶସ୍ତା-ମହଙ୍ଗା:

ଶସ୍ତା ହେବ: ମହଙ୍ଗା କାର, ଲାଇଫ-ସେଭିଙ୍ଗ ଔଷଧ, ଇଭି ବ୍ୟାଟେରୀ ପାର୍ଟସ୍‌।

ମହଙ୍ଗା ଦେବ: ସ୍ମାର୍ଟ ମିଟର, ଇମ୍ପୋର୍ଟେଡ ଜୋତା, ଏଲଇଡି ଟିଭି।