ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଯିଏ ଲୋକମାନଙ୍କ ହୃଦୟରେ ଏବେ ରାଜ କରୁଛନ୍ତି ସେ ହେଉଛନ୍ତି ଆର ମାଧବନ । ତାଙ୍କୁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ନୂଆ ଅଧକ୍ଷ ଦାୟୀତ୍ୱ ଦିଆଯାଇଛି । ଫିଲ୍ମ ‘ରକେଟ୍ରି’ ପାଇଁ ତାଙ୍କୁ ନ୍ୟାସନାଲ ଆୱାର୍ଡ ଦିଆଯାଇଛି । ତେବେ ଅଭିନେତାଙ୍କ ପାଇଁ ଏହି ବର୍ଷଟି ସ୍ପେସିଆଲ ଥିଲା । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଏକ୍ସରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ‘ଆର ମାଧବନଙ୍କୁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ଅଧକ୍ଷ ଏବଂ ଗଭର୍ଣ୍ଣିଂଗ କାଉସିଲ ଭାବରେ ନିୟୋଜିତ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ।’ଏହା ଉପରେ ମାଧବନ ମଧ୍ୟ ରିଆକ୍ଟ କରିଛନ୍ତି । ଏବଂ ତାଙ୍କୁ ରିପ୍ଲେରେ ଧନ୍ୟବାଦ ମଧ୍ୟ କହିଛନ୍ତି । ଏହା ଛଡା ଆରମାଧବାନ କହିଛନ୍ତି ମୁଁ ସମସ୍ତ ଆଶା ଓ ବିଶ୍ୱାସକୁ ବଜାଇ ରଖିବି ।
ଏହି ଅଭିନେତା ଜଣକ ନିଜ କ୍ୟାରିୟର ଆରମ୍ଭରେ ଅନେକ ଇଂରାଜୀ ଫିଲ୍ମରେ କାମ କରିଛନ୍ତି । ୧୯୯୮ରେ ରିଲିଜ ହୋଇଥିବା ଫିଲ୍ମରେ ଡନ ୱିଲସନ, ଦିପ୍ତି ଭଟନାଗର, ଇବାନ ଲୁରୀ, ମାଇକେଲ କାବାନଘୁ ଏବଂ ଟାନ ମ୍ୟାକକ୍ଲର ପରି ଅଭିନେତା ମୁଖ୍ୟ ଭୂମିକାରେ କାମ କରିଥିଲେ । ଏହିଫିଲ୍ମରେ ଆର ମାଧବନ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା ।
ତାଙ୍କର ଫିଲ୍ମ ‘ରକେଟ୍ରି’ନବି ନାରାୟଣଙ୍କ ଉପରେ ଆଧାରିତ ଫିଲ୍ମ ଥିଲା । ଏହି ଫିଲ୍ମରେ ଆର ମାଧବନ ନିଜକୁ ଏପରି ପ୍ରସ୍ତୁତ କରିଥିଲେ ଯାହା ଦ୍ୱାରା ଆପଣ ପ୍ରକୃତ ନବି ନାରାୟଣ କିଏ ଏବଂ ଆମାଧବନ କି, ଜାଣିପାରିବେ ନାହିଁ । ଆର ମାଧବନ ଇନଷ୍ଟାଗ୍ରାମରେ ତାଙ୍କର ଏବଂ ନବି ନାରାୟଣଙ୍କ ଫଟୋ ଇଷ୍ଟାରେ ପୋଷ୍ଟ କରିଥିଲେ ଯେଉଁଥିରେ ଦୁଇ ଜଣ ଏକ ପରି ଦେଖାଯାଉଛନ୍ତି ।