fbpx
BSKY SKY
BSKY SKY

ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ଜିତିଲେ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ, ମିଳିଲା ୭୦% ଭୋଟ୍

BSKY

ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ​​ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ବିଜୟୀ ହୋଇଛନ୍ତି। ରଏଟର୍ସ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର (ସେପ୍ଟେମ୍ବର ୧) ଘୋଷଣା କରିଛି ଯେ ଶାନମୁଗାରତ୍ନମ୍ ୭୦.୪ ପ୍ରତିଶତ ଭୋଟ୍ ସହ ବିଜୟ ହାସଲ କରିଛନ୍ତି ।

ତେବେ ସିଙ୍ଗାପୁରରେ ନବମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶୁକ୍ରବାର (୧ ସେପ୍ଟେମ୍ବର) ମତଦାନ ହୋଇଥିଲା । ଯେଉଁଥିରେ ଲୋକମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସିଙ୍ଗାପୁରରେ ୨୭ ଲକ୍ଷରୁ ଅଧିକ ଲୋକ ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ ଏବଂ ରାତି ୮ ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଖୋଲା ରହିଥିଲା । ଏହାପରେ ଭୋଟ୍ ଗଣତି ହୋଇଥିଲା ।

ରାଷ୍ଟ୍ରପତି ପଦ ପାଇଁ ୬୬ ବର୍ଷିୟ ଥର୍ମନ ଶନମୁଗରତ୍ନମଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ପ୍ରାର୍ଥୀ ଥିଲେ – ଏକ ରାଷ୍ଟ୍ରାୟତ୍ତ କମ୍ପାନୀର ପୂର୍ବତନ ପୁଞ୍ଜି ବିନିଯୋଗ ମୁଖ୍ୟ ନାଗ କୋକ ଗୀତ ଏବଂ ଏକ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ପୂର୍ବତନ ମୁଖିଆ ଟ୍ୟାନ କିନ ଲିୟାନ ସାମିଲ ଥିଲେ । ଥର୍ମନ ଶନମୁଗରତ୍ନମ ବର୍ତ୍ତମାନ ସିଙ୍ଗାପୁରର ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ୧୩ ସେପ୍ଟେମ୍ବରରେ ଶେଷ ହେବାକୁ ଯାଉଛି । ତାଙ୍କ ସ୍ଥାନରେ ଦାୟିତ୍ୱ ନେବେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶନମୁଗରତ୍ନମ ।

୨୦୦୧ ରେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଥର୍ମାନ୍ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣରେ ଜଣେ ଅର୍ଥନୀତିଜ୍ଞ ଏବଂ ଜଣେ ସରକାରୀ କର୍ମଚାରୀ ଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ସେ ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ଉପ-ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ସେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ବିଶ୍ୱ ଅର୍ଥନୈତିକ ଫୋରମ ଏବଂ ଜାତିସଂଘ ସମେତ ଅନେକ ବିଶ୍ୱସ୍ତରୀୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ସିଙ୍ଗାପୁରରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ୨୮ ଅଗଷ୍ଟ ୧୯୯୩ ରେ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.