fbpx

(Video) Swimming Poolରେ ଆନାକୋଣ୍ଡା ସହ ମସ୍ତି… ବିଶାଳ Green Anaconda ସହ ଗାଧୋଉଛନ୍ତି ଯୁବକ

ଓଡିଶା ଭାସ୍କର; ସାପ ଏଭଳି ଏକ ଜୀବ ଯାହାକୁ ଦେଖିବା ମାତ୍ରେ ପ୍ରାୟ ସମସ୍ତେ ଭୟଭୀତ ହୋଇଯାଇଥାନ୍ତି । କିନ୍ତୁ ଆଜିକାଲି ସାପ ମାନଙ୍କୁ ଧରି ରିଲ୍ସ ବା ଭିଡିଓ କରିବା ଏକ ଫ୍ୟାସନ ହୋଇଗଲାଣି । ଜଙ୍ଗଲରେ ରହିବା ସରୀସୃପଙ୍କୁ ଆଣି କିଏ ବେଡ଼ରୁମରେ ରଖିଲାଣି ତ ପୁଣି ଆଉ କିଏ ବାଥରୁମରେ ଆଣି ଗାଧୋଇ ଦେଲାଣି । ତେବେ ଏଭଳି ଘଟଣା ପ୍ରତ୍ୟେକ ଦିନ ଆପଣ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଉଥିବେ । ନିକଟରେ ଏହିପରି ଏକ ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବିଦେଶୀ ବ୍ୟକ୍ତି ଏକ ବିଶାଳକାୟ ଗ୍ରୀନ ଆନାକୋଣ୍ଡାକୁ ଧରି ସୁମିଂ ପୋଲରେ ଗାଧୋଉଛନ୍ତି । ଉପଭୋକ୍ତା @therealtarzann ଦ୍ୱାରା ସେୟାର ହୋଇଥିବା ଏହି ଅସାଧାରଣ ଫୁଟେଜ୍ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ଆଶ୍ଚର୍ୟ୍ୟ ଏବଂ ଆକର୍ଷିତ କରିଛି । ଭିଡିଓରେ ଥିବା ସାପଟି ପାଖାପାଖି ୧୨ ଫୁଟ ହେବ ବୋଲି ଅନୁମାନ କରାଯାଉଛି ଏବଂ ପ୍ରସାରରେ ଏହା କୁଣ୍ଢେ ମୋଟା ହେବ । ସାପଟି ଯଦି ଚାହିଁବ ଉକ୍ତ ବ୍ୟକ୍ତିଙ୍କୁ ମୋଡିକି ଜୀବନରୁ ମାରିବି ପାରିବ । ହେଲେ ସାପ ଉପରେ ବ୍ୟକ୍ତି ଜଣଙ୍କ ନିୟନ୍ତ୍ରଣ ରଖିଛନ୍ତି ଯେଉଁଥି ପାଇଁ ସେ ସାପକୁ ଧରି ରଖିଛନ୍ତି । ଏପରିକି ପାଣି ଭିତରେ ବୁଡି ସାପ ସହ ଖେଳୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଭିଡିଓ ଲାଳସାରେ ଏଭଳି ଏକ ବନ୍ୟ ଜୀବକୁ କଷ୍ଟ ଦେବା କେତେଦୂର ଠିକ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠେ ।

 

View this post on Instagram

 

A post shared by Mike Holston (@therealtarzann)

Get real time updates directly on you device, subscribe now.