fbpx

Future ରେ ଏମିତି ହେବ ସ୍ମାର୍ଟଫୋନ!! ଭିଡିଓରେ ମୋବଇଲର ଡିଜାଇନ ଦେଖି ଲୋକେ ଦିୱାନା

ଧିରେ ଧିରେ ଖୁବ ଡେଭଲପ କରୁଛି ଦେଶ ଦୁନିଆର ଟେକ୍ନୋଲୋଜି । ଯାହା ଫଳରେ ନୂଆ ନୂଆ ଆବିଷ୍କାର ଦେଖିବାକୁ ମିଳୁଛି । ଏହି ଲିଷ୍ଟରେ ସ୍ମାର୍ଟଫୋନ ଏକ ବଡ ଉଦାହରଣ କୁହାଯାଇପାରେ । ସ୍ମାର୍ଟଫୋନ ଦିନକୁ ଦିନ ଆହୁରି ସ୍ମାର୍ଟ ଆଉ ଷ୍ଟାଇଲିସ କରାଗଲାଣି । ଆହୁରି ଆଗକୁ ମଧ୍ୟ ନୂଆ ନୂଆ ଚିନ୍ତାଦାରା ସହିତ ଆଗେଇ ଚାଲିଛନ୍ତି କମ୍ପାନୀ । ତେବେ ଏହା ମଧ୍ୟରେ ଏକ ସ୍ମାର୍ଟଫୋନରଭିହିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂକୁ ଆସିଛି । ଯାହାର ଲୁକ ଖୁବ ଷ୍ଟାଇଲିସ ଏବଂ ୟୁନିକ ରହିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଭିନ୍ନ ଧରଣର ସ୍ମାର୍ଟଫୋନ ଦେଖିବାକୁ ମିଳିଛି । ଏହାକୁ ଫ୍ୟୁଚର ସ୍ମାର୍ଟଫୋନ ବୋଲି କହିଛନ୍ତି ୟୁଜର । ଅର୍ଥାତ ଭବିଷ୍ୟତରେ ଏଭଳି ଏକ ସ୍ମାର୍ଟଫୋନ ମାର୍କେଟକୁ ଆସିପାରେ ବୋଲି ଅନୁମାନ କରାଯାଉଛି । ଭିଡିଓଟିରେ ଦେଖାଯାଇଥିବା ଏହି ସ୍ମାର୍ଟଫୋନଟି ଟ୍ରାନ୍ସପାରେଣ୍ଟ ରହିଛି । ଅର୍ଥାତ ଏହାର ଗୋଟିଏ ପାଖରୁ ଅନ୍ୟ ପାଖ ସଫା ଦେଖାଯାଇ ପାରୁଛି । ତେବେ ଏହାର ଅପରେଟିଂ ସିଷ୍ଟମ ସାଓମି ମୋବାଇଲ(MIUI) ସହିତ ମେଳ ଖାଉଛି । କେବଳ ସେତିକି ନୁହେଁ, ଏହି ମୋବାଇଲକୁ ୱାୟାରଲେସ ଚାର୍ଜର ସହ ଚାର୍ଜ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଚାର୍ଜର ମଧ୍ୟ ଟ୍ରାନ୍ସପାରେଣ୍ଟ ହୋଇଥିବା ଭିଡିଓରେ ଦେଖାଯାଇଛି ।

ଏହି ସ୍ମାର୍ଟଫୋନ ଭବିଷ୍ୟତରେ ଆସିବ କି ନାହିଁ, ସେ ନେଇ କୌଣସି ସ୍ୱଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ଏହାକୁ ଦେଖି ଲୋକାମନେ ଦିୱାନା ପାଲଟି ଯାଇଛନ୍ତି । ଏହା ଏକ ଟ୍ରାନ୍ସପାରେଣ୍ଟ କନ୍ସେପ୍ଟ ସ୍ମାର୍ଟଫୋନ । ତେବେ ଏହି ଭିଡିଓ ଟ୍ୱିଟରରେ ଅପଲୋଡ ହେବା ମାତ୍ରେ ଖୁବ ଭାଇରାଲ ହେବାରେ ଲାଗିଛିି । ଭିଡିଓକୁ ଦେଖି ସାରିବା ପରେ ଲୋକମାନେ ଏହି ମୋବାଇଲ ବ୍ୟବହାର କରିବା ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଲେଣି । ତେବେ ଭିଡିଓକୁ ଅନେକ ଲୋକ ପସନ୍ଦ କରିଥିବା ବେଳେ ହଜାର ହଜାର ଲୋକ ଏଥିରେ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.