fbpx

(Video) ପ୍ରିୟଙ୍କା ଗାନ୍ଧୀ କହିଲେ ତାଙ୍କ ‘ଜି-୨୦’, ଏହି ବିବୃତ୍ତିକୁ ନେଇ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ୯ ଏବଂ ୧୦ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀକୁ ନେଇ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ରାଜସ୍ଥାନର ଏକ ରାଲୀରେ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି । ବର୍ଷା ପରେ ଭାରତ ମଣ୍ଡପମରେ ଜମିଥିବା ପାଣିକୁ ନେଇ ପ୍ରିୟଙ୍କା ଗାନ୍ଧୀ କହିଲେ ତାଙ୍କ ଜି-୨୦ । ଯାହାପରେ ବିଜେପି ନେତା ଶାହଜାହ ପୁନାୱାଲା ପ୍ରତିକ୍ରିୟା ରଖିଛନ୍ତି ।

ବିଜେପି ପ୍ରବକ୍ତା ଶହଜାଦ ପୂନାୱାଲା ଏକ୍ସରେ ଲେଖିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସକୁ ତିକ୍ତତା ଏବଂ ସମାଲୋଚନାର ଅଧିକାର ରହିଛି, ହେଲେ ଦେଖନ୍ତୁ ସେ କଣ କହିଛନ୍ତି.. ସେ ଜି-୨୦କୁ ତାଙ୍କର ବୋଲି କହିଛନ୍ତି । ଶହଜାଦ ପୂନାୱାଲା ପ୍ରଶ୍ନ ପଚାରି କହିଛନ୍ତି ଯେ, କଣ ଏହି ପ୍ରୋଗ୍ରାମ ତାଙ୍କର ନା ଭାରତର? କେବଳ ଏତିକି ନୁହେଁ ପୂନାୱାଲା ଆଗକୁ କହିଛନ୍ତି ଯେ, ଏହା ପରିବାରର ମାନସିକତାର ସମସ୍ୟା, ଯାହା ସର୍ବଦା ଏହି କଥା ଉପରେ ବିଶ୍ୱାସ ରଖିଥାଏ ଯେ, ଯାହା ଦେଶର ଅଟେ ତାହା ତାଙ୍କ ପରିବାର ଅଟେ । ସେ ତ କେବଳ ପ୍ରକଟ କରୁଛନ୍ତି ।

ରାଜସ୍ଥାନରେ ପ୍ରିୟଙ୍କା ଗାନ୍ଧୀ ନିଜ ସମ୍ବୋଧନରେ ଜି-୨୦ କାର୍ଯ୍ୟକ୍ରମକୁ ତାଙ୍କର ଜି-୨୦ ଏବଂ ତାଙ୍କ ଜି-୨୦ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଖିଛି ଯେ, ଜି-୨୦ କାର୍ଯ୍ୟକ୍ରମ ସ୍ଥଳରେ ପାଣି ଭରିଯାଇଛି । ଭାରତ ମଣ୍ଡପମରେ ପାଣି ଭରି ହୋଇଯିବା ପରେ ମୁଁ ଭାବିଛି ଯେ, ବିଜେପି ସରକାରଙ୍କୁ ଏପରି ଗର୍ବ ନ କରିବା ପାଇଁ ତାଙ୍କ ସହ ଭଗବାନ ଏପରି କାମ କରିଛନ୍ତି ।

https://x.com/Shehzad_Ind/status/1701107508180619421?s=20

Get real time updates directly on you device, subscribe now.