ବର୍ଷା ପାଇଁ ଗାବା ମ୍ୟାଚ୍ ଡ୍ର ! ୨୬୦ରେ ଅଲଆଉଟ୍ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୩ୟ ଟେଷ୍ଟ ବ୍ରିସବେନରେ ଖେଳାଯାଉଛି । ଡିସେମ୍ବର ୧୮ ଗାବା ଟେଷ୍ଟର ୫ମ ଏବଂ ଶେଷ ଦିବସ । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪୫ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । ଅପରପକ୍ଷରେ ଭାରତ ମାତ୍ର ୨୬୦ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଛି । କହିରଖୁଛୁ ବ୍ରିସବେନରେ ବର୍ଷା ଯୋଗୁଁ ମ୍ୟାଚ୍ ଡ୍ର ରହିଛି ।

ବ୍ରିସବେନର ଗାବା ଷ୍ଟାଡିୟମରେ ତୃତୀୟ ଦିନରେ ମାତ୍ର ୩୩.୧ ଓଭର ଖେଳାଯାଇଥିବା ବେଳେ ଖରାପ ପାଗ କାରଣରୁ ଖେଳକୁ ୮ ଥର ରୋକିବାକୁ ପଡ଼ିଥିଲା । ଅନ୍ତିମ ଦିନ ୮୯ ପ୍ରତିଶତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଦିନରେ ବର୍ଷା ଆଶଙ୍କା ୨୦-୩୦ ପ୍ରତିଶତ ରହିଛି । ଦ୍ଵିତୀୟ ଇନିଂସରେ ଭାରତୀୟ ଦଳ ପାଇଁ ଅଷ୍ଟ୍ରେଲିଆ ଦଳ ୧୮୫ ରନରେ ଲିଡ୍ କରୁଥିବା ବେଳେ ଏହା ଭାରତୀୟ ଦଳ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ବର୍ତ୍ତମାନ ଭାରତୀୟ ଦଳକୁ ଏହି ସଂକଟରୁ ରକ୍ଷା କରିବା ପାଇଁ ୪ ଜଣ ଖେଳାଳିଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ତାଲିକାରେ ପ୍ରଥମେ ରହିଛନ୍ତି କେ.ଏଲ୍ ରାହୁଲ, ଦ୍ୱିତୀୟ ରବୀନ୍ଦ୍ର ଜାଡେଜା, ତୃତୀୟ ଜସପ୍ରୀତ ବୁମରା ଏବଂ ଚତୁର୍ଥ ଆକାଶ ଦୀପ । ପ୍ରଥମ ଇନିଂସରେ କେ. ଏଲ ରାହୁଲ(୮୪), ରବିନ୍ଦ୍ର ଜାଡେଜା(୭୭), ଯଶସ୍ୱୀ ଜୟଶ୍ୱାଲ(୪), ଶୁଭମନ ଗିଲ୍‌(୧), ବିରାଟ କୋହଲି(୩), ଋଷଭ ପନ୍ତ(୯), ରୋହିତ ଶର୍ମା(୧୦), ନିତୀଶ କୁମାର ରେଡ୍ଡୀ(୧୬), ଆକାଶଦୀପ(୩୧), ଏବଂ ମହମ୍ମଦ ସିରାଜ୍‌(୧) ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଜସପ୍ରୀତ ବୁମରା(୧୦) ରନ କରି ଅପରାଜିତ ରହିଥିଲେ ।