fbpx

ବିଦ୍ୟାଳୟରେ ଖେଳ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ପାଇଁ ବହୁ ଲାଭଦାୟକ :କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟରେ ଖେଳ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ପାଇଁ ବହୁ ଲାଭଦାୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅନୁଗୁଳ, ପିଏମ୍‍ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଫୁଟବଲ ଫର୍‍ ସ୍କୁଲ ଅଧୀନରେ ଫୁଟବଲ ବିତରଣ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ସ୍କୁଲ ଛାତ୍ରଛାତ୍ରୀଙ୍କୁ ସୁସ୍ଥ ରଖିବା ସହ ଖେଳ ପ୍ରତି ଉତ୍ସାହ ଆଣିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାପ୍ରସୂ ‘ଫୁଟବଲ୍‍ ଫର୍‍ ସ୍କୁଲ’ କାର୍ଯ୍ୟକ୍ରମ ଏକ ଅଭିନବ ପ୍ରୟାସ ।

ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଲ୍‍ ଇଣ୍ଡିଆ ଫୁଟବଲ ଫେଡେରେସନ ସହଯୋଗରେ ୧ ଲକ୍ଷ ୫୫ ହଜାର ସ୍କୁଲରେ ୮୨ ଲକ୍ଷରୁ ଅଧିକ ଫୁଟବଲ୍‍ ବିତରଣ କରାଯାଇଛି । ସେଥିରୁ ଫିଫା ପ୍ରାୟ ୧୧ ଲକ୍ଷ ୧୫ ହଜାର ଫୁଟବଲ ଯୋଗାଇ ଦେଇଛି । ଅନୁଗୁଳର ୧୬୯ଟି ସ୍କୁଲରେ ୯୦୦ଟି ଫୁଟବଲ ବିତରଣ କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ୬ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ୭୫୦ ସିଟ୍‍ କ୍ଷମତା ବିଶିଷ୍ଟ ଏକ ବହୁମୁଖୀ ସଭାଗୃହର ମନ୍ତ୍ରୀ ଶ୍ରୀ ପ୍ରଧାନ ଶିଳାନ୍ୟାସ କରିଛନ୍ତି ।

Get real time updates directly on you device, subscribe now.