fbpx

ଖାଦ୍ୟରେ ନିଶା ଦେଇ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ

Advertisement

ନୂଆଦିଲ୍ଲୀ, ୯ା୩: ରାଜସ୍ଥାନର ଧୌଲପୁର ଅଞ୍ଚଳରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି । ବେହୋସ ଅବସ୍ଥାରେ ପୀଡ଼ିତାଙ୍କୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୀଡ଼ିତାଙ୍କ ପିତା ଏନେଇ ମହିଳା ଥାନାରେ ମାମଲା ଦାୟର କରିଛନ୍ତି । ବିଳମ୍ବିତ ରାତିରେ ନାବାଳିକା ହାଟରୁ ପରିବା ନେଇ ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କ ସହ ଏହି କୁକର୍ମ କରିଥିଲେ । ଅଭିଯୁକ୍ତମାନେ ନାବାଳିକାଙ୍କୁ ନିଶାଦ୍ରବ୍ୟ ଖାଇବାକୁ ଦେବା ସହ ଏକ ନିକାଞ୍ଚନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରିଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.