fbpx

ହାଇଦରକୁ କାହିଁକି ହେଲା ଏନକାଉଣ୍ଟର? ଜାଣନ୍ତୁ ଏହା ପୂର୍ବରୁ ସେ କ’ଣ କହିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କାହିଁକି ଏନକାଉଣ୍ଟର କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ଖୁଲାସା କରିଛନ୍ତି ଇନପେକ୍ଟର ଗଙ୍ଗାଧର ସସିନୀ । ସେ କହିଛନ୍ତି ଯେ, ‘ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ବନ୍ଧୁକ ଛଡ଼ାଇ ନେଇଥିଲା ହାଇଦର । ବନ୍ଧୁକ ଛଡାଇବା ପରେ ସେ କିଛି ବାଟ ଦୌଡ଼ି ପଳାଇଥିଲା । ବନ୍ଧୁକକୁ କକ୍ କରି ପୋଲିସକୁ ଧମକାଇ ଥିଲା ଗ୍ୟାଙ୍ଗଷ୍ଟାର ହାଇଦର । ସିମୁଳିଆ ଥାନାରେ ଇନପେକ୍ଟରଙ୍କ ଏତଲାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି ।

ବନ୍ଧୁକ ଛଡ଼ାଇ ନେବା ପରେ ହାଇଦର କହିଥିଲା ଯେ, ‘ଏକ ବାର ଫରାର ହୁଆଥା ତୁମ ଲୋଗ ମୁଝେ ହାଇଦ୍ରାବାଦ ସେ ପକଡ଼ କେ ଲେଆଏ ଥେ । ଇସବାର ଫରାର ହୁଙ୍ଗା ତୋ ମୁଝେ ପକଡ଼ ନେହିଁ ପାଓଗେ । ପାସ ଆଓଗେ ତୋ ମେଁ ଗୋଲି ମାର ଦୁଙ୍ଗା ।’ ହାଇଦରର ଏପରି ଧମକ ଶୁଣିବା ପରେ ଏସଆଇ ଅସିତ ରଞ୍ଜନ ଜେନା ନିଜ ବନ୍ଧୁକରୁ ୩ଟି ଚଳାଇଥିଲେ ।

ସୂଚନା ଅନୁସାରେ, ବାରିପଦା ଜେଲ୍ କୁ ନିଆଯାଉଥିବା ସମୟରେ ସିମୁଳିଆ ଠାରେ ଏହି ଏନକାଉଣ୍ଟର୍ ହୋଇଥିଲା । ହାଇଦର୍ ଜେଲକୁ ନିଆଯିବା ସମୟରେ ଖସି ଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଏନକାଉଣ୍ଟର୍ ହୋଇଥିଲା ବୋଲି ସୁତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.