fbpx

ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ପୋଲିସ୍ ର ସ୍ପେଶାଲ ସ୍କ୍ୱାଡ଼୍ ଗଠନ

କଟକ  ୧୧ା୪(ଓଡିଶା ଭାସ୍କର) : କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର SCB ମେଡ଼ିକାଲରୁ ଫେରାର ହୋଇଯିବା ପରେ ଏବେଯାଏ ତାର ପତ୍ତା ମିଳିପାରି ନାହିଁ । ହାଇଦରକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ଼୍ ଗଠନ କର।ଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଏନେଇ ଡ଼ିଜିପିଙ୍କ ଭୁବନେଶ୍ୱର କ୍ୟାମ୍ପ ଅଫିସ୍ ରେ ବୈଠକ ବସିଛି । ବୈଠକରେ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ରହିଛିନ୍ତି । ଏହାସହ କେନ୍ଦ୍ରାଞ୍ଚଳ ଡ଼ିଆଇଜି ଏବଂ କ୍ରାଇମବ୍ରାଞ୍ଚଏଡ଼ିଜି ମଧ୍ୟ ଉପସ୍ଥିତ ଅଛନ୍ତିି । ଅନ୍ୟପଟେ କଟକ ସହର ସୀମା ସିଲ୍ କରାଯିବା ସହ ଯାଜପୁର, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ପୋଲିସ୍ ଙ୍କୁ ମଧ୍ୟ ହାଇ ଆଲର୍ଟ କରାଯାଇଛି ।

ସୂଚନା ଅନୁସାରେ ଗତକାଲି SCB ମେଡ଼ିକାଲ ସର୍ଜରୀ ବିଭାଗରେ ଚିକିତ୍ସା ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହୋଇଯାଇଛି । ତେବେ ସେ ସୁଲେମାନ ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଥିଲେ । ପରେ ତାଙ୍କୁ ପାରୋଲରେ ଆଣାଯାଇଥିଲା । ପରବର୍ତ୍ତୀ ସମୟରେ ଖଣି ମାଲିକ ରଶ୍ମୀ ରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଜଡ଼ିତ ଥିବାର ନେଇ ପୋଲିସ୍ ହାଇଦରକୁ ଗିରଫ କରିଥିଲା । ଏହି ୨ଟି ମାମଲାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ହାଇଦରକୁ ଆଜୀବନ କରାଦଣ୍ଡା ଆଦେଶେ ଶୁଣାବା ପରେ ପ୍ରଥମେ ସେ ଝାରପଡ଼ା ତାପରେ ସମ୍ବଲପୁର ସର୍କଲ ଜେଲରେ ବନ୍ଦୀ ଜୀବନ ବିତାଉ ଥିଲେ । ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ SCB ଅଣାଯାଇଥିଲା । ୧୨ ଦିନ ପୂର୍ବେ ହାଇଦରକୁ SCBରେ ଚିକିତ୍ସା ପାଇଁ ଭର୍ତ୍ତା କରାଯାଇଥିଲା ।

Get real time updates directly on you device, subscribe now.