ଘର ନା ଚିଡ଼ିଆଖାନା! ଘାଟା ପଡ଼ିଗଲା ବେପାର, ଅଧା ରହିଗଲା ଧନୀ ହେବାର ସ୍ୱପ…. ଫ୍ଲାଟରେ ଏସି ଲଗେଇ ଚାଲିଥିଲା ଗଞ୍ଜେଇ ଚାଷକୁ ପଶୁ ପାଳନ
ନୂଆଦିଲ୍ଲୀ: ପୁଳା ପୁଳା ଟଙ୍କା ରୋଜଗାର କରିବାର ଇଚ୍ଛା କାହାର ବା ନ ଥାଏ । ସେମିତି ଏଇ ଦୁଇ ଯୁବକଙ୍କର ମଧ୍ୟ ଥିଲା । ସେମାନେ ଭାବୁଥିବଲେ ସେ କରୁଥିବା ବେପାର ବିଷୟରେ ପୋଲିସ କ’ଣ ସ୍ୱୟଂ ଭଗବାନ ମଧ୍ୟ ତାଙ୍କ କାରବାର ଜାଣି ପାରିବେ ନାହିଁ । କିନ୍ତୁ ଶେଷରେ ଯାହା ଡର ଥିଲା ସେୟା ହିଁ ଘଟିଲା । ନିଜ ବେଆଇନ୍ କାରବାର ପାଇଁ ବନ୍ଧା ହେଲେ । ଜଣେ ଫ୍ଲାଟରେ ଏସି ଲଗେଇ ଗଞ୍ଜେଇ ଚାଷ କରୁଥିଲେ ଆଉ ଜଣେ ଘରକୁ କରିଦେଇଥିଲେ ଚିଡ଼ିଆଖାନା । ଗ୍ରେଟର ନୋଏଡାର ୪୬ ବର୍ଷୀୟ ରାହୁଲ ଚୌଧୁରୀ । ଫ୍ଲାଟରେ ଲଗେଇଥିଲେ ନାନା ରକମର ଗଞ୍ଜେଇ ଗଛ । ପୋଳିସ କହିବା ଅନୁସାରେ ରାହୁଏ ଏସି ଏଗେଇ ଏହି ଚାଷ କରୁଥିଲେ । ରାତି ଦିନ ୨୪ ଘଣ୍ଟା ଘରର ଏସି ଅନ୍ ହୋଇ ରହୁଥିଲା । ଗଛ ଭଲ ଭାବେ ବଢ଼ିବା ପାଇଁ ଏସିକୁ ଅନ୍ କରି ରଖିବାକୁ ପଡ଼ୁଥିଲା । ଏଥିସହ ଫଟୋସିନ୍ଥେସିସ୍ ପାଇଁ ରୁମରେ କୃତ୍ରିମ ଲାଇଟ୍ ମଧ୍ୟ ଲାଗାଯାଇଥିଲା । ଗୋଟିଏ ଗଛ ପିଛା ରାହୁଏ ୫ରୁ ୬ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ । ଯେଉଁଥିରୁ ତାଙ୍କୁ ୧୦ ଗୁଣା ଲାଭ ମିଳୁଥିଲା । ଫ୍ଲାଟରେ ଗଞ୍ଜେଇ ଚାଷ ଖବର ପାଇବା ପରେ ପୋଲିସ ସେଠାରେ ଚଢ଼ଉ କରି ରାହୁଲଙ୍କୁ ଗିରଫ କରିନେଇଛି ।
ସମାନ ଭାବେ ମୁମ୍ବାଇର ଡୋବରିବଲିରେ ଫେଜଲ ଖାନ୍ ଓ ତାଙ୍କ ସ୍ତ୍ରୀ ଘରେ ଦୁର୍ଲଭ ପଶୁଙ୍କୁ ପାଳୁଥିଲେ । ଉନ୍ନତ କିଷମର ମାଙ୍କଡ, ଝିଟିପିଟି, ରଙ୍ଗବେରଙ୍ଗ ସାପ ଇତ୍ୟାଦି ତାଙ୍କ ଘରେ ରଖିଥିଲେ । ଏମାନଙ୍କୁ ସେ ବିଦେଶ ଚାଲାଣ କରୁଥିଲେ । କାରଣ ଦେଶ ବାହାରେ ଏ ପ୍ରକାର ପଶୁ ଓ ଜୀବଙ୍କ ଭଲ ଚାହିଦା । ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲାବେଳକୁ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ । ବନ ବିଭାଗ ସାପ, ମାଙ୍କଡଙ୍କୁ ଜବତ କରିବା ସହ ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ଖୋଜାରେ ଲାଗିପଡ଼ିଛି ।