ପାଟ୍ରୋଲିଂ ସମୟରେ ଧରାପଡ଼ିଲା ଗଞ୍ଜେଇ ଚୋରାଚାଲାଣ, ୨ ଗିରଫ, ଜଣେ ଫେରାର

ଗଜପତି: ଆର ଉଦୟଗିରି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ମଙ୍ଗଳବାର ଆର ଉଦୟଗିରି ପୋଲିସ ପଣସ ପଦର ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କାରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏହା ସହ ଗଞ୍ଜେଇ ଚୋରାଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରିଫ କରିଛି ପୋଲିସ ।

ସୂଚନାରୁ ପ୍ରକାଶ ମଙ୍ଗଳବାର ଆର ଉଦୟଗିରି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହରେ ଏକ ମାରୁତି କାରକୁ ଅଟକାଇ ତଲାସୀକରିଥିଲେ । ଏହି ସମୟରେ କାରରେ ୨୧୬କିଲୋ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ । ସେହି କାରରେ ତିନିଜଣ ଲୋକ ଯାଉଥିବା ବେଳେ ପୋଲିସ ଅଟକାଇ ପଚରା ଉଚାରା କରିବା ସମୟରେ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଅନ୍ୟ ଦୁଇ ଜଣକୁ ଗିରଫ କରିଛି ଆର ଉଦୟଗିରି ପୋଲିସ । ଗିରଫ ଦୁଇଜଣ ହେଲେ ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗଇବନ୍ଧ ଗ୍ରାମର ପ୍ରସାଦ ଘାଣ୍ଟା ଏବଂ ଅନ୍ୟ ଜଣେ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଆଟିଲିମା ଗ୍ରାମର ରାନୁ ବେଣିଆ । ବର୍ତ୍ତମାନ ପୋଲିସ ଏହି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନେ ଗଞ୍ଜେଇ କେଉଁଠିକୁ ଚାଲାଣ କରୁଥିଲେ, କାହାକୁ କରୁଥିଲେ ଏବଂ ଏହି କଳା ବଜାରୀର କିଙ୍ଗପିନ କିଏ ଏହି ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଆବଶ୍ୟକ ସ୍ଥଳେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ ।

 

Get real time updates directly on you device, subscribe now.