ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସ ଭବନ ମଧ୍ୟରେ ପ୍ରବେଶ କରିବା ସହିତ କଂଗ୍ରେସ କର୍ମୀଙ୍କୁ ମାଡ ମରା ଘଟଣାକୁ ନେଇ ପ୍ରତିବାଦ ଜୋର ଧରିଛି । ମଙ୍ଗଳବାର ଗଞ୍ଜାମ କଂଗ୍ରେସ କମିଟି ପକ୍ଷରୁ ଏହାକୁ ବିରୋଧ କରି ଆନ୍ଦୋଳନ କରାଯାଇଛି । ରାଜ୍ୟର ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭଉଣୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଦାବିରେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ ସହ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଆସୁଛନ୍ତି । ହେଲେ ଗତ ୧୦.୧୨.୨୦୨୧ ରିଖ ଆନ୍ଦୋଳନ ବେଳେ ନିରୀହ ଛାତ୍ର କଂଗ୍ରେସ କର୍ମୀଙ୍କୁ ଭାରତ ବର୍ଷର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସର ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନରେ ପଶି ପୋଲିସ ଗୋଡ଼ାଇ ଗୋଡାଇ ଆକ୍ରମଣ କଲା । ଯାହାକି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଶୋଭନୀୟ ନୁହେଁ । ସାଧାରଣ ଜନତାର ସୁରକ୍ଷା ପାଇଁ ଶପଥ ନେଉଥିବା ପୋଲିସ ପ୍ରଶାସନ କାହା ନିର୍ଦ୍ଦେଶରେ ଏପରି କାର୍ଯ୍ୟ ଘଟାଇଲା । ସରକାରୀ ଦଳର ଇଙ୍ଗିତରେ ପୋଲିସ ଦ୍ବାରା ଏଭଳି ସୁସ୍ଥ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ।
ଏଣୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ଓଡ଼ିଶା ପୋଲିସର ଏହି ବର୍ବରତାକୁ ଦୃଢ଼ ନିନ୍ଦା କରୁଛି | ଏଥ୍ସହ ଏହି ଆକ୍ରମଣରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରୁଅଛି ।ଏହାକୁ ଦୃଢ଼ ଭାବେ ନିନ୍ଦା କରି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଙ୍କ ନେତୃତ୍ୱରେ ଛତ୍ରପୁର ଅପର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ। ଏହି ଆନ୍ଦୋଳନ ରେ ରାଜ୍ଯ ଅନୂସୁଚିତ ଜାତି ସେଲ ସଂଯୋଜକ ଶ୍ରୀ ଭାଗୀରଥୀ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଛତ୍ରପୁର ବ୍ଲକ ସଭାପତି ଅବନୀ ଶତପଥୀ, ଗଞ୍ଜାମ ବ୍ଲକ ସଭାପତି ଶ୍ରୀ N ଗଣେଶ ରେଡ୍ଡି, ସୋରଡ଼ା ବ୍ଲକ ସଭାପତି ହରେକୃଷ୍ଣ ରଥ, କୁନା ବିଶୋୟୀ, ବୁଲୁ ରେଡ୍ଡି, ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ବ୍ଲକ ସଭାପତି ଟି. କ୍ରିଷ୍ଣା ରେଡ୍ଡି, ଏନଏସି ସଭାପତି G. ଶ୍ରୀନିବାସ ରାଓ, ଏନଏସି ସଭାପତି ଜଲାଲ୍ ଖାଁ, ଚିକଲଖଣ୍ଡି ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡି, ଭବାନୀ ବେହେରା, ମହେଶ କୁମାର ଗୌଡ଼, ଚକ୍ରପାଣି ପଲାଇ, ଟି ଚନ୍ଦ୍ର ଶେଖର ରେଡ୍ଡି, ପର୍ଶୁ ରାମ ପରିଡା, N. କୁନା ରେଡ୍ଡି ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ଦେଖନ୍ତୁ ଭିଡିଓ…