fbpx

କୋଲେଷ୍ଟ୍ରଲ୍ ହ୍ରାସ କରେ ରସୁଣ ଚା’

ଅନେକଙ୍କୁ କ୍ଷୀର ଚା, ନାଲି ଚା’ ଏହାସହ ଗ୍ରୀନ ଟି ପିଇବା ପସନ୍ଦ । ମାତ୍ର ରସୁଣ ଚା’ ବିଷୟରେ କେବେ ଶୁଣିଛନ୍ତି କି? ରସୁଣ ଚା’ର ସ୍ୱାସ୍ଥ୍ୟ ପାଇଁ ଚମତ୍କାରୀ ଲାଭ ରହିଛି । ରସୁଣ ଚା’ ପିଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିବା ସହ କୋଲେଷ୍ଟେରୋଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ । ଜାଣନ୍ତୁ.. ।

– ରସୁଣ ଚା’ ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଉପକାରୀ । ଏହାଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ ।

– ରସୁଣ ଚା’ ସେବନ କରିବା ଦ୍ୱାରା ଶରୀରରୁ ଅଦରକାରୀ ଜିନିଷ ନିର୍ଗତ କରିବାରେ ସହାୟକ ହୋଇଥାଏ ।

– ରସୁଣ ଚା’ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ଶରୀରରେ ଚର୍ବିକୁ ଜମାଟ ବାନ୍ଧିବାକୁ ଦେଇନଥାଏ ।

-ରସୁଣ ଚା’ହୃଦୟ ଜନିତ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ହୃଦୟକୁ ସୁସ୍ଥ ରଖିଥାଏ । ଶରୀରରୁ ଖରାପ କୋଲେଷ୍ଟ୍ରଲ୍ ସ୍ତରକୁ କମ୍ କରିଥାଏ ।

– ରସୁଣ ଚା’ ନିଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାକୁ ଦୂର କରିଥାଏ । ଶ୍ୱାସ ଜନିତ ରୋଗରୁ ରକ୍ଷା କରିଥାଏ । ଥଣ୍ଡା,କାଶ ସମୟରେ ଏହାର ସେବନ କରିବା ଲାଭଦାୟକ ।

– ରସୁଣ ଚା’ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.