fbpx

କାରଖାନାରେ ଫାଟିଲା ଗ୍ୟାସ: ନାବାଳିକା ସମେତ ୧୫ ଗୁରୁତର

ବାଲେଶ୍ୱର (ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ପ୍ରବଣ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏଥିରେ ୧୫ ଜଣ ଗୁରୁତର ହୋଇଛନ୍ତି ।

ଖବର ଅନୁସାରେ , ନୀଳଗିରି ସ୍ଥିତ ଗାଡିଆମାଳା ଠାରେ ଥିବା କାରଖାନାରେ ନାବାଳିକାଙ୍କ ସହ ଶ୍ରମିକମାନଙ୍କ ମୁଣ୍ଡବୁଲାଇ ଚେତା ଶୂନ୍ୟ ହୋଇଥିଲେ । ସେମାନଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରି ନୀଳଗିରି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗ୍ୟାସ ଲିକ କେଉଁ କାରଣରୁ ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତେବେ ଏହି ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି ।

Get real time updates directly on you device, subscribe now.