fbpx

GATE ୨୦୨୫ ପରୀକ୍ଷା ତାରିଖ ଘୋଷଣା: ଜାରି ହେଲା ଶିଡ୍ୟୁଲ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀ ପକ୍ଷରୁ ଇଞ୍ଜିନିୟରିଂ କୋର୍ସରେ ଆଡମିସନ ପାଇଁ ଗ୍ରାଜୁଏଟ୍ ଆପ୍ଟିଟ୍ୟୁଡ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ୨୦୨୫ର ତାରିଖ ଘୋଷଣା କରାଯାଇଛି । ଶିଡ୍ୟୁଲ ଅନୁସାରେ ୨୦୨୫ର ଗେଟ ପରୀକ୍ଷା ଫେବୃଆରୀ ମାସର ୧, ୨, ୫ ଓ ୧୬ ତାରିଖରେ ଆୟୋଜିତ ହେବ । ସକାଳ ଓ ଦ୍ୱିପ୍ରହର ସମୟରେ ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହେବ । ଅଗଷ୍ଟ ମାସ ଶେଷ ସପ୍ତାହରେ ଆବେଦନ ପୋର୍ଟାଲ ଖୋଲିବାର ସମ୍ଭାବନା ରହିଛି ।

ଗେଟ ୨୦୨୫ ବାବଦରେ ଅଧିକ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ https://gate2025.iitr.ac.in/ କୁ ପରିଦର୍ଶନ କରିପାରିବେ । ଗେଟ୍ ୨୦୨୫ ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଜରିଆରେ ଆୟୋଜିତ କରାଯିବ । ଏଥିରେ ମୋଟ ୩୦ଟି ଟେଷ୍ଟ ପେର ରହିବ ଓ ସମସ୍ତ୍ ପେପର ଇଂରାଜୀରେ ରହିବ । ରେଜଲ୍ଟ ଘୋଷଣା ହେବାର ୩ ବର୍ଷ ପର୍ଯ୍ୟନ୍ତ ଗେଟ୍ ସ୍କୋର ବୈଧ ରହିଥାଏ । ଗେଟ ସ୍କୋର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଅନ୍ୟ ସରକାରୀ ସଂସ୍ଥା ଦ୍ୱାରା ସମର୍ଥିତ ସଂସ୍ଥାମାନଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.