fbpx

ଗୌତମ ଅଡାନୀଙ୍କ ଗ୍ୟାସ୍ କମ୍ପାନୀ ଲୋକଙ୍କ କଲା ବଡ କ୍ଷତି, ଲକ୍ଷେ ଟଙ୍କାରୁ ୪୩ ହଜାର କ୍ଷତି ସହିଲେଣି ନିବେଶକ

ଭୁବନେଶ୍ଵର: ଗୌତମ ଅଡାନୀଙ୍କ କମ୍ପାନୀର ସେୟାରରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଛି। ସେ ଅଡାନୀ ଟ୍ରାନ୍ସମିସନ ହେଉ କି ଅନ୍ୟ କୌଣସି ସେକ୍ଟର ହେଉ। ଅଡାନୀ ଗ୍ରୁପ କମ୍ପାନୀର ସେୟାରରେ ହ୍ରାସ ଗତ ମାସରୁ ଆରମ୍ଭ ହୋଇ ଯାଇଥିଲା। କିଛି କମ୍ପାନୀର ସେୟାରରେ ଗୋଟିଏ ମାସ ଭିତରେ ୪୦ ପ୍ରତିଶତରୁ ଅଧିକ ହ୍ରାସ ଘଟି ସାରିଛି। ଏଥିରେ ଅଡାନୀଙ୍କ ଟୋଟାଲ ଗ୍ୟାସର ନାମ ମଧ୍ୟ ସାମିଲ। ଗତ ଏକ ମାସରେ ନିବେଶକଙ୍କୁ ଏକ ଲକ୍ଷ ଟଙ୍କାରେ ୪୩ ହଜାରରୁ ଅଧିକ ଟଙ୍କା କ୍ଷତି ଘଟି ସାରିଛି।

ଯଦି ସପ୍ତାହର ଶେଷ କାରବାର ଦିନ ଉପରେ ନଜର ପକାଇବା ତେବେ, ଶୁକ୍ରବାର ହିଁ ଅଡାନୀଙ୍କ ଟୋଟାଲ ଗ୍ୟାସର ସେୟାରରେ ନିବେଶକଙ୍କୁ ୫ ପ୍ରତିଶତ  କ୍ଷତି ସହିବାକୁ ପଡିଛି। ଏହି ପରି ଗୋଟିଏ ମାସରେ ୪୩ ପ୍ରତିଶତରୁ ଅଧିକ କ୍ଷତି ଘଟି ସାରିଛି। କମ୍ପାନୀର ସେୟାରର ତିନି ମାସର ନିମ୍ନସ୍ତରକୁ ଚାଲି ଆସିଛି। ଆସନ୍ତୁ ଜାଣିବା ଅଡାନୀଙ୍କ ଟୋଟାଲ ଗ୍ୟାସର ସେୟାରର ସ୍ଥିତି କେମିତି ରହିଛି ଏବଂ ନିବେଶକଙ୍କୁ କେତେ ଟଙ୍କା କ୍ଷତି ସହିବାକୁ ପଡିଛି।

୩ ମାସରେ ନିମ୍ନ ସ୍ତରରେ ଅଡାନୀଙ୍କ ଟୋଟାଲର ସେୟାର

ଅଡାନୀ ଟୋଟାଲର ସେୟାର ସଂପ୍ରତି ତିନି ମାସର ନିମ୍ନସ୍ତରରେ ପହଞ୍ଚି ଯାଇଛି। ମାର୍ଚ୍ଚ ୩୦ରେ କମ୍ପାନୀର ସେୟାର ୯୧୦ ଟଙ୍କା ଥିଲା। ଶୁକ୍ରବାର କମ୍ପାନୀର ସେୟାର ୫ ପ୍ରତିଶତର ଲୋୟର ସର୍କିଟ ସହିତ ୯୨୦ ଟଙ୍କାରେ ବନ୍ଦ ରହିଛି। ଜୁଲାଇ ୧ରେ ମଧ୍ୟ କମ୍ପାନୀର ସେୟାରରେ ୫ ପ୍ରତିଶତର ଲୋୟର ସର୍କିଟ ଲାଗି ରହିଛି। ଗତ ଏକ ମାସରେ କମ୍ପାନୀର ସେୟାରରେ ୫ ପ୍ରତିଶତର ଲୋୟର ସର୍କିଟ ଅନେକ ଲାଗି ସାରିଛି।

ଗତ ପାଞ୍ଚ ଦିନରେ କେତେ ତଳକୁ ଖସିଲା ସେୟାର

ଗତ ପାଞ୍ଚ ଦିନରେ କମ୍ପାନୀର ସେୟାରରେ ସାଢେ ୧୮ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଏହି ସମୟରେ କମ୍ପାନୀର ସେୟାର ୨୦୯.୪୫ ଟଙ୍କା ପ୍ରତି ସେୟାର ହ୍ରାସ ଘଟି ସାରିଛି। ଜୁଲାଇ ୧ରେ କମ୍ପାନୀର ସେୟାର ୧୦୦୦ ଟଙ୍କାରୁ ତଳକୁ ଖସି ଆସିଥିଲା। କମ୍ପାନୀର ସେୟାର ୧୦୦୦ ଟଙ୍କା ତଳକୁ ଖସି ଆସିବା ପୂର୍ବରୁ ଅନେକ ଥର ଦେଖିବାକୁ ମିଳିଛି।

୪୩ ପ୍ରତିଶତରୁ ଅଧିକ ହ୍ରାସ  ଘଟି ସାରିଛି କମ୍ପାନୀର ସେୟାର

ଗତ ଏକ ମାସରେ କମ୍ପାନୀର ସେୟାରରେ ୪୩.୧୯ ପ୍ରତିଶତ  ହ୍ରାସ ଘଟି ସାରିଛି। ଅର୍ଥାତ କମ୍ପାନୀର ସେୟାରରେ ଗୋଟିଏ ମାସରେ ପ୍ରାୟ ୭୦୦ ଟଙ୍କାର ହ୍ରାସ ଦେଖିବାକୁ ମିଳିଛି। ଗୋଟିଏ ମାସ ପୂର୍ବେ କମ୍ପାନୀର ସେୟାର ପ୍ରାୟ ୧୭୦୦ ଟଙ୍କା ଥିଲା। ଏଥିରୁ ଆପଣ ଅନୁମାନ କରି ପାରିବେ ଯେ, ଏହି ସମୟରେ ନିବେଶକଙ୍କୁ କେତେ ଟଙ୍କା କ୍ଷତି ସହିବାକୁ ପଡିଥିବ।

ନିବେଶକଙ୍କ କେତେ କ୍ଷତି ଘଟି ସାରିଛି କ୍ଷତି

ଯଦି କୌଣସି ନିବେଶକଙ୍କ ପାଖରେ ଏକ ମାସ ପୂର୍ବରୁ ଅଡାନୀଙ୍କ ଟୋଟାଲ ଗ୍ୟାସର ସେୟାର ଥିବ ତେବେ ଏହାର ମୂଲ୍ୟ ୪୩ ପ୍ରତିଶତ  ହ୍ରାସ ପାଇ ୫୭ ହଜାର ଟଙ୍କାରେ ଥିବ। ଅର୍ଥାତ ନିବେଶକଙ୍କୁ ପ୍ରତି ଲକ୍ଷେ ପିଛା ୪୩ ହଜାର ଟଙ୍କା କ୍ଷତି ସହିବାକୁ ପଡିଛି। ସେହି ପରି ଗୋଟିଏ ମାସ ପୂର୍ବରୁ ଯେଉଁ ସେୟାରର ମୂଲ୍ୟ ୫ ଲକ୍ଷ ଟଙ୍କା ଥିଲା, ସେଥିରୁ ୨.୧୫ ଲକ୍ଷ ଟଙ୍କା କ୍ଷତି ଘଟି ସାରିଛି। ଅର୍ଥାତ ଏହି ସେୟାରର ମୂଲ୍ୟ ୨.୮୫ ଲକ୍ଷ ଟଙ୍କାକୁ ଖସି ଆସିଛି।

 

Get real time updates directly on you device, subscribe now.