fbpx

ଅମ୍ବାନୀଙ୍କ ପରେ ଏବେ ଅଦାନୀ କଲେ ବଡ଼ ଘୋଷଣା, ଏହି ରାଜ୍ୟରେ କରିବେ ୪୨ ହଜାର କୋଟିର ନିବେଶ

Advertisement

ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କ ନେତୃତ୍ୱରେ ଚାଲିଥିବା ଅଦାନୀ ଗ୍ରୁପ ତାମିଲନାଡୁରେ ବଡ଼ ଇନଭେଷ୍ଟମେଣ୍ଟ କରିବାକୁ ପ୍ରସ୍ତୁତ ହୋଇଛି । Tamil Nadu Global Investors Meetରେ ଏନେଇ ଘୋଷଣା କରାଯାଇଛି । ତେବେ ଏଥିରେ ଅଦାନୀ ଗ୍ରୁପ ତାମିଲନାଡୁରେ ୪୨ ହଜାର କୋଟି ଟଙ୍କା ନିବେଶ କରିବ । ଯେଉଁଥି ପାଇଁ ଏମଓୟୁରେ ଦସ୍ତଖତ କରାଯାଇଛି । ଅଦାନୀ ପୋର୍ଟସ ଆଣ୍ଡ ସ୍ପେସିଆଲ ଇକୋନୋମିକ ଜୋନର ଏମଡି କରଣ ଅଦାନୀଙ୍କ ଉପସ୍ଥିତିରେ ଏହି ଘୋଷଣା କରାଯାଇଛି । ଏହି ବଡ ନିବେଶ ଅନୁଯାୟୀ, ଅଦାନୀ ଗ୍ରୀନ ଏନର୍ଜୀ ଲିମିଟେଡ ତାମିଲନାଡୁ ରାଜ୍ୟର ତିନୋଟି ପମ୍ପ ଷ୍ଟୋରେଜ ପ୍ରକଳ୍ପରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିବ ।

ଅଦାନୀ ଗ୍ରୁପ ପକ୍ଷରୁ ସେୟାର କରାଯାଇଥିବା ସୂଚନା ଅନୁଯାୟୀ, Adani Green Energy ୫ରୁ ୭ ବର୍ଷ ମଧ୍ୟରେ ତିନୋଟି ପମ୍ପ ଷ୍ଟୋରେଜ ପ୍ରୋଜେକ୍ଟରେ ୨୪,୫୦୦ କୋଟି ଟଙ୍କା ଲଗାଇବ । ଏହା ବ୍ୟତୀତ ଅଦାନୀ କନେକ୍ସ ଆଗାମୀ ସାତ ବର୍ଷରେ ହାଇପରସ୍କେଲ ଡାଟା ସେଣ୍ଟରରେ ୧୩,୨୦୦ କୋଟି ଟଙ୍କାର ନିବେଶ କରିବ । ୪୨,୦୦୦ କୋଟି ଟଙ୍କାରୁ ଅଧିକ ଇନଭେଷ୍ଟମେଣ୍ଟ ପ୍ଲାନ ଅନୁଯାୟୀ, କମ୍ପାନୀ ଅମ୍ବୁଜା ସିମେଣ୍ଟ ଆଗାମୀ ୫ ବର୍ଷରେ ତିନୋଟି ସିମେଣ୍ଟ ଗ୍ରାଇଣ୍ଡିଙ୍ଗ ପ୍ଲାଣ୍ଟରେ ୩,୫୦୦ କୋଟି ଟଙ୍କା ନିବେଶ କରିବ ।

ତାମିଲନାଡୁ ଇନଭେଷ୍ଟର୍ସ ମିଟ ୨୦୨୪ରେ ଏହି ଇନଭେଷ୍ଟମେଣ୍ଟ ପ୍ରୋଜେକ୍ଟସର ଏମଓୟୁରେ ସାଇନ କରିବା ପରେ ଅଦାନୀ କହିଛନ୍ତି ଯେ, ଆଜି ତାମିଲନାଡୁ ସ୍ଥିରତା, ଇଣ୍ଡଷ୍ଟ୍ରିୟାଲ ଇକୋସିଷ୍ଟମ, ଆଡଭାନ୍ସ ଇନଫ୍ରାଷ୍ଟ୍ରକଚର ସମେତ ଅନ୍ୟ ସୁବିଧା ଏବଂ ବାଣିଜ୍ୟ ଅନୁକୂଳ ନୀତିମାନଙ୍କ ଉଦାହରଣ ହୋଇ ଠିଆହୋଇଛି । ଏହା ବ୍ୟତୀତ ଅନ୍ୟ ରାଜ୍ୟ ତୁଳନାରେ ତାମିଲନାଡୁରେ ମହିଳାଙ୍କ କାର୍ଯ୍ୟବଳ ଉତ୍ତମ ଅଟେ ।

Get real time updates directly on you device, subscribe now.