fbpx

ବିଶ୍ବର ତୃତୀୟ ବଡ଼ ଧନୀ ଗୌତମ ଆଦାନିଙ୍କ ନିୟନ୍ତ୍ରଣରେ ରହିବ ଏନ୍‌ଡିଟିଭି

Advertisement

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ (ଏନ୍ଡିଟିଭି)ର ପ୍ରତିଷ୍ଠାତା ପ୍ରଣୟ ରୟ ଓ ରାଧିକା ରୟ ଶୁକ୍ରବାର ଏକ ଷ୍ଟେଟମେଣ୍ଟ ରେ କହିଛନ୍ତି ଯେ ଏନ୍ଡିଟିଭିର ସମସ୍ତ ସେୟର୍ସକୁ ଆଦାନୀ ଗ୍ରୁପକୁ ବିକ୍ରି କରାଯିବ । ରିପୋର୍ଟ ମୁତାବକ ପ୍ରଣୟ-ରାଧିକାଙ୍କ ସୂଚନା ମୁତାବକ ଏନ୍ଡିଟିଭିରେ ନିଜର ଅଧିକାଂଶ ସେୟାର ଗୌତମ ଆଦାନୀଙ୍କ ଗ୍ରୁପକୁ ଟ୍ରାନ୍ସଫର କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ସେମାନେ ଏନ୍ଡିଟିଭିର ୨୭.୨୬% ଅଂଶୀଦାରକୁ ଆଦାନୀ ଗ୍ରୁପକୁ ବିକ୍ରିକରିବେ ।

ଏଥିସହ ଏନ୍ଡିଟିଭିର ୬୪.୭୧% ସ୍ପେକ୍ଟ୍ରମର ନିୟନ୍ତ୍ରଣ ଆଦାନୀ ଗ୍ରୁପକୁ ପାଖରେ ରହିବ । ୧୯୮୮ ମସିହାରେ ପ୍ରଣୟ-ରାଧିକା ଏନ୍ଡିଟିଭିର ଶୁଭାରମ୍ଭ କରିଥିଲେ । ସେମାନେ କହିଛନ୍ତି ଯେ ଏଏମଜି ମିଡିଆ ନେଟ୍ୱର୍କ ବର୍ତ୍ତମାନ ଏହି ଅଫର ପରେ ଏନ୍ଡିଟିଭିର ସବୁଠୁ ବଡ଼ ସେୟାର ହୋଲ୍ଡର୍ସ ଭାବେ ପରିଗଣିତ ହୋଇଛି । ଏହି ଅଫର୍ ଲଞ୍ଚ ହେବା ପରେ ଗୌତମ ଆଦାନୀଙ୍କ ସହ ସେମାନଙ୍କର ଚର୍ଚ୍ଚା ସକରାତ୍ମକ ରହିଛି ବୋଲି ରାଧିକା-ପ୍ରଣୟ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.