fbpx

ହକି ବିଶ୍ୱକପ୍ ସେମି ମୁକାବିଲା: ଫାଇନାଲରେ ଜର୍ମାନୀ, ହାରିଲା ଅଷ୍ଟ୍ରେଲିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ହକି ବିଶ୍ୱକପ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଆଜି ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ମାତ୍ ଦେଇ ଫାଇନାଲରେ ପହଞ୍ଚିଛି ଜର୍ମାନୀ । ଆଜି ଦ୍ୱିତୀୟ ସେମି ଫାଇନାଲରେ ବେଲଜିୟମ-ନେଦରଲ୍ୟାଣ୍ଡସ ମୁହାଁମୁହିଁ ହେବେ । ଏହି ମ୍ୟାଚର ବିଜେତାଙ୍କ ସହ ଜର୍ମାନୀର ଫାଇନାଲ ମୁକାବିଲା ହେବ ।

ବିଶ୍ୱ ରାଙ୍କିଂରେ ଅଷ୍ଟ୍ରେଲିଆ ୧ ନମ୍ବରରେ ରହିଥିବା ବେଳେ ଜର୍ମାନୀ ୪ ନମ୍ବରରେ ରହିଥିଲା । ଜର୍ମାନୀ ଖେଳାଳିଙ୍କ ସମସ୍ତ ରଣକୌଶଳ ଆଗରେ ଶକ୍ତିଶାଳୀ ଅଷ୍ଟ୍ରେଲିଆର ସମସ୍ତ ଚାଲ୍ ଫେଲ୍ ମାରିଥିଲା । ୨୦୧୪ ଓ ୨୦୧୮ ବିଶ୍ୱକପର ଫାଇନାଲରେ ପରାସ୍ତ ହେବା ପରେ ଏଥର ବିଶ୍ୱବିଜୟୀ ହେବାର ସ୍ୱପ୍ନ ଦେଖିଥିଲା ଅଷ୍ଟ୍ରେଲିଆ । ମାତ୍ର ଜର୍ମାନୀ ଅଷ୍ଟ୍ରେଲିଆର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଛି ।

ତେବେ ଆଜିର ବିଜୟ ପରେ ଦୀର୍ଘ ୧୩ ବର୍ଷ ପରେ ଜର୍ମାନୀ ହକି ବିଶ୍ୱକପର ଫାଇନାଲରେ ପହଞ୍ଚିଛି । କ୍ୱାର୍ଟର ଫାଇନାଲରେ ଜର୍ମାନୀ ପେନାଲ୍ଟି ଶୁଟ୍ ଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ସ୍ପେନକୁ ୪-୩ରେ ପରାସ୍ତ କରି ସେମିରେ ଏଣ୍ଟ୍ରି ମାରି ମାରିଥିଲା । ଆଜିର ସେମି ମୁକାବିଲା ଦୁଇ ବଡ଼ ଦଳ ମଧ୍ୟରେ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହା ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା ।

Get real time updates directly on you device, subscribe now.