fbpx

କୁକୁରକୁ ଖାଇବା ଦେବା ପାଇଁ ଯାଇଥିଲେ, ହଠାତ କାର ଆସି ପହଁଚିଲା, ତା’ପରେ..

ଗାଜିଆବାଦ: ୟୁପିର ଗଜିଆବାଦରେ ଜଣେ ମହିଳା କୁକୁରକୁ ଖାଇବା ଦେବାକୁ ଯାଇ ଯୌନ ନିର୍ଯାତନାର ଶିକାର ହୋଇଥିବା କଥା ସାମ୍ନାକୁ ଆସିଛି । ମହିଳାଙ୍କ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ଏହି ଘଟଣା ଉତ୍ତର ପ୍ରଦେଶର ନନ୍ଦଗ୍ରାମ ଅଞ୍ଚଳର ପାଁସ ସୋସାଇଟି ପାଖରେ ଘଟିଛି । ଏଠାରେ ରହୁଥିବା ମହିଳା କହିଛନ୍ତି ଯେ, ରାତି ୮ ଭିତରେ ସୋସାଇଟି ପାଖ କୁକୁର ମାନଙ୍କୁ ଖାଇବାକୁ ଦେବା ପାଇଁ ଯାଇଥିଲି । ହଠାତ ଏକ ମାରୁତି ବ୍ରେଜା କାର ଆସିଲା ଏବଂ ସେଥିରେ ବସିଥିବା ବ୍ୟକ୍ତି ମୋତେ ଅଭାଷାରେ ଗାଳି କରିଲେ । ଏହାସହ ସେହି ଗାଡ଼ିରେ ସେମାନେ ମୋତେ ବସାଇବାକୁ ଚେଷ୍ଟା କରିଲେ ହେଲେ ମୁଁ ମୋ ସ୍ୱାମୀଙ୍କୁ ଡାକିବାକୁ ଆରମ୍ଭ କରିଲି । ପାଟି କରି ଚିଲାଇବାରୁ ସେମାନେ ମୋ ଉପରେ ଗାଡ଼ି ଚଢାଇବାକୁ ଚେଷ୍ଟା କରିଥିଲେ । ମୁଁ ତ ବଞ୍ଚି ଗଲି ହେଲେ ସେମାନେ କୁକୁରଙ୍କ ଉପରେ ଚଢାଇଦେଲେ ।

ଏହି ଘଟଣାରେ କୁକୁରଟି ଗୁରୁତର ଆହତ ହୋଇଛି । ଏହାପରେ ପୀଡିତା ପୋଲିସ ପାଖେ ଅଭିଯୋଗ ଅଣିଛନ୍ତି । ଅଭିଯୋଗ ପରେ ପୋଲିସ ଅପରାଧୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଏବଂ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.