fbpx

Unwanted Pregnancyରୁ ପାଆନ୍ତୁ ମୁକ୍ତି, ଇମପ୍ଲାଣ୍ଟ ଥରେ ବ୍ୟବହାର କଲେ ୩ ବର୍ଷ ଟେନସନ୍ ଫ୍ରୀ

ଭୁବନେଶ୍ୱର: ଗୋଟେ ପିଲା ଜନ୍ମ ପରେ ସଭିଙ୍କ ମୁଣ୍ଡରେ ଗର୍ଭ ନିରୋଧ ନେଇ ଚିନ୍ତା ଥାଏ। ଏଥିପାଇଁ କିଏ ମେଡ଼ିସିନ୍ ଖାଇଥାଏ ତ ଆଉ କିଏ ଇଞ୍ଜେକସନ ନେଇଥାଏ। ବେଳେବେଳେ ଏ ସବୁ ସତ୍ତ୍ୱେ ମଧ୍ୟ ଗର୍ଭବତୀ ହୋଇଥାନ୍ତି ମହିଳା। ଏବେ କିନ୍ତୁ ଆଉ ରହିବନି ଏହି ଚିନ୍ତା। ଗର୍ଭନିରୋଧକର ନୂତନ ପଦ୍ଧତି “ଇମପ୍ଲାଣ୍ଟ”। ଏହା ମହିଳା ମାନଙ୍କ ପାଇଁ ଦୀର୍ଘ କାଳୀନ ପ୍ରତିବର୍ତ୍ତନସିଲ ହରମୋନ ଯୁକ୍ତ ଗର୍ଭ ନିରୋଧକ ବିଧି ଅଟେ । ଏହା 3 ବର୍ଷ ଯାଏ ଗର୍ଭ ଧାରଣାରୁ ସୁରକ୍ଷା ପ୍ରଦାନ କରିବ। ଏହାକୁ ମହିଳାଙ୍କ ହାତ ଚର୍ମ ତଳେ ଲଗାଯାଇଥାଏ। ଦରକାର ପଡିଲେ ସହଜରେ ମଧ୍ୟ କଢାଯାଇ ପାରିବ । ଏପରିକି କାଢିବା ବେଳେ ମହିଳାଙ୍କୁ କୌଣସି କଷ୍ଟ ଭୋଗିବାକୁ ପଡିବ ନାହିଁ। ଏହାକୁ ମାସିକ ଋତୁ(ପିରିୟଡ୍‌) ହେବା ସମୟରେ, ପ୍ରସବ ପରେ, ଗର୍ଭପାତର ୭ ଦିନ ଭିତରେ ଲଗାଯାଇପାରିବ ।

ଇମପ୍ଲାଣ୍ଟ କ’ଣ ?

ଏହା ଏକ ନୂତନ ଗର୍ଭନିରୋଧକ ପଦ୍ଧତି । ଯାହାକି ୩ ବର୍ଷ ପର୍ଯ୍ୟନ୍ତ ଅବାଞ୍ଛିତ ଗର୍ଭଧାରଣରୁ ମୁକ୍ତି ଦେଇଥାଏ । ଏହାକୁ ଥରେ ବ୍ୟବହାର କଲେ 3 ବର୍ଷ ଯାଏ ଏହା କାର୍ଯ୍ୟ କରିଥାଏ।

କେଉଁଠି ଏବଂ କେବେ ଇମପ୍ଲାଣ୍ଟ ଲଗାଯାଇଥାଏ ?

ଏହାକୁ ମହିଳାଙ୍କ ହାତ ଉପରିଭାଗରେ ଚର୍ମ ତଳେ ଲଗାଯାଇଥାଏ । ଏହା ଲଗାଇବା ଖୁବ୍ ସରଳ ଅଟେ । ତେବେ ଋତୁସ୍ରାବର ସାତ ଦିନ ପରେ ବା ସାତଦିନ ଭିତରେ ଏହାକୁ ଲଗାଯାଇଥାଏ । ଗର୍ଭପାତ କରିବାପରେ (ତୁରନ୍ତ କିମ୍ବା ସାତ ଦିନ ମଧ୍ୟରେ ଲଗାଯାଇପାରିବ) । ଏହା ଛଡ଼ା ଇମପ୍ଲାଣ୍ଟ ସବୁ ସମୟରେ ଲଗାଯାଇପାରିବ (ଗର୍ଭ ନଥିବା ସୁନିଶ୍ଚିତ କରିବା ପରେ)।

କେଉଁମାନେ ଏହି ଇମପ୍ଲାଣ୍ଟ ବ୍ୟବହାର କରିପାରିବେ ?

ଗର୍ଭଧାରଣ କ୍ଷମତା ଥିବା ସମସ୍ତ ମହିଳା ଏହାକୁ ବ୍ୟବହାର କରିପାରିବେ । ଗର୍ଭପାତ କିମ୍ବା ପ୍ରସବ ପରେ ଲଗାଇବା ସୁରକ୍ଷିତ ଅଟେ । ସ୍ତନ୍ୟପାନ କରାଉଥିବା ମହିଳା ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।

ଏହା ବ୍ୟବହାର କରିବା ପରେ ମହିଳା ମାନେ ପୁନଃ ଗର୍ଭଧାରଣ କରିପାରିବେ କି ?

ଏହାକୁ ବ୍ୟବହାର କରିବା ପରେ ମହିଳାମାନେ ବିଶେଷ ଭାବରେ ପୁନଃ ଗର୍ଭଧାରଣ କରିପାରିବେ । ଏହି ଇମପ୍ଲାଣ୍ଟ ଲଗାଇବା ପରେ ମାସିକ ରୁତୁସ୍ରାବରେ କିଛିଟା ପରିବର୍ତ୍ତନ (ଅନିୟମିତ ଋତ୍ୟୁସ୍ରାବ, ମାସିକ ଧର୍ମ ବନ୍ଦ) ହୋଇପାରେ । କିନ୍ତୁ ଏହା ମହିଳାଙ୍କ ପାଇଁ କୌଣସି କ୍ଷତିକାରକ ନୁହେଁ । ଏହି ଇମପ୍ଲାଣ୍ଟ ଲଗାଇବା ଦ୍ଵାରା ୩ ବର୍ଷ ପର୍ଯ୍ୟନ୍ତ ଅବାଞ୍ଚିତ ଗର୍ଭଧାରଣରୁ ମୁକ୍ତି ମିଳିପାରିବ ।

ଇମପ୍ଲାଣ୍ଟର କ’ଣ ସବୁ ଲାଭ ମିଳେ ?

ପ୍ରଜନନକ୍ଷମ ସବୁ ମହିଳାମାନଙ୍କ ପାଇଁ ଏହା ଉପଯୁକ୍ତ ପଦ୍ଧତି ଅଟେ । ସ୍ତନ୍ୟପାନ କରାଉଥିବା ମାଆଙ୍କ ପାଇଁ ଏହା ସମ୍ପୂର୍ଣ ସୁରକ୍ଷିତ ଅଟେ । ଋତୁସ୍ରାବ ସମୟରେ ହେଉଥିବା ଅତ୍ୟାଧିକ ରକ୍ତସ୍ରାବକୁ କମ କରି ରକ୍ତହୀନତାରୁ ରକ୍ଷା କରେ । ଏହାକୁ ବ୍ୟବହାର କରିବାପରେ ସମ୍ପୂର୍ଣ ମହିଳା ପୁଣିଥରେ ଗର୍ଭଧାରଣ କରିପାରିବେ ।

ଏହା କଣ ପ୍ରଭାବ ପକାଇଥାଏ ?

ଋତୁସ୍ରାବରେ ପରିବର୍ତ୍ତନ (ଅନିୟମିତ ରକ୍ତସ୍ରାବ, ବହୁତ ସମୟ ଧରି ରକ୍ତ ସ୍ରାବ ହେବା, କିମ୍ବା ବହୁତ୍ ସମୟ ଧରି ରକ୍ତ ସ୍ରାବ ନହେବା, ଋତୁସ୍ରାବ ବନ୍ଦ ହେବା) ହୋଇପାରେ । କିନ୍ତୁ ଏହା ମହିଳା ମାନଙ୍କ ପାଇଁ କୌଣସି କ୍ଷତି କାରକ ନୁହେଁ । ମୁଣ୍ଡ ବିନ୍ଧା ହେବା, ପେଟ କାଟିବା, ଓଜନ କମିବା ଆଦି ପ୍ରଭାବ ପକାଇଥାଏ ।

ଇମପ୍ଲାଣ୍ଟ ଲଗାଯିବା ପରେ କ’ଣ କରିବା ଉଚିତ ?

ଲଗାଇବାର ଦୁଇ ଦିନ ପରେ ବାହାର ପଟିକୁ, ପାଞ୍ଚ ଦିନ ପରେ ଭିତର ପଟିକୁ ବାହାର କରନ୍ତୁ । ଇମପ୍ଲାଣ୍ଟ ଲଗାଇବା ପରେ ମହିଳାମାନେ ଦୈନଦିନ କାର୍ଯ୍ୟ କରିପାରିବେ । ଇମପ୍ଲାଣ୍ଟ ଲଗାଇବା ପରେ ଇମପ୍ଲାଣ୍ଟ ଜାଗାକୁ ବାରମ୍ବାର ଛୁଅନ୍ତୁ ନାହିଁ । ୫ ଦିନ ପର୍ଯ୍ୟନ୍ତ ଭାରି ଓଜନ ଉଠାନ୍ତୁ ନାହିଁ । ସଂକ୍ରମଣ ହେବାର ସମ୍ଭାବନାକୁ ରୋକିବା ପାଇଁ ଇମପ୍ଲାଣ୍ଟ ଲଗାଯାଇଥିବା ସ୍ଥାନକୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଶୁଖିଲା ଏବଂ ସଫା ରଖନ୍ତୁ।

Get real time updates directly on you device, subscribe now.