fbpx

ପ୍ରେମ ପାଇଁ ସାଙ୍ଘାତିକ ଷଡ଼ଯନ୍ତ୍ର; ନିଜ ଉପରେ ଏସିଡ୍ ଢ଼ାଳିହେଲା ସ୍ତ୍ରୀ, ଥାନାକୁ ଯାଇ ସ୍ୱାମୀ ନାଁରେ ଦେଲା କେସ୍

ଗାଜିଆବାଦ: ଗାଜିଆବାଦର ନନ୍ଦଗ୍ରାମ ଥାନା ଅନ୍ତର୍ଗତ ରାଜ ନଗର ଏକ୍ସଟେନସନର ଏକ ସୋସାଇଟିରେ ରହୁଥିବା ଜଣେ ମହିଳା ନନ୍ଦଗ୍ରାମ ଥାନାରେ ଏସିଡ୍ ଆକ୍ରମଣ ନେଇ ଅଭିଯୋଗ ହୋଇଥିଲା। ଏସିଡ୍ ଆକ୍ରମଣ ଭଳି ଗମ୍ଭୀର ଘଟଣା ଶୁଣି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ପ୍ରାଥମିକ ତଦନ୍ତରେ କିଛି ସନ୍ଦେହଜନକ ତଥ୍ୟ ଦେଖିବାକୁ ମିଳିଥିଲା। ବାସ୍ତବରେ, ଯେତେବେଳେ ପୋଲିସ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଆଣିଥିଲା, ସେତେବେଳେ ଜଳିଯାଇଥିବା ସ୍ଥାନର ଘା’ ମାତ୍ର ୬ରୁ ୮% ଥିଲା ।

ଏହାପରେ ଡାକ୍ତରଙ୍କ ଟିମ୍ ମଧ୍ୟ କହିଥିଲେ ଯେ ଏସିଡ୍ ଟି ସାଧାରଣ ଅଟେ, ଯାହା ଦ୍ୱାରା କ୍ଷତି ହେବାର ସମ୍ଭାବନା କମ୍। ପରେ ପୂରା ରହସ୍ୟ ପଦାକୁ ଆସିଥିଲା। ପ୍ରିୟଙ୍କା ନାମକ ଜଣେ ମହିଳା ୨୦୧୮ରେ ଅର୍ପିତ କୌଶିକ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ୍ ଠାକ୍ ରହିବା ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏହି ସମୟରେ ପୁଲକିତ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରିୟଙ୍କାଙ୍କ ଘନିଷ୍ଠତା ମଧ୍ୟ ବୃଦ୍ଧି ପାଇଥିଲା, ଯେଉଁକାରଣରୁ ପ୍ରିୟଙ୍କା ଅର୍ପିତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ପୁଲକିତ ଏବଂ ତାଙ୍କ ସହଯୋଗୀ ଅଙ୍କିତଙ୍କୁ ଭେଟିଥିଲେ।

ଏହି ବ୍ଲୁପ୍ରିଣ୍ଟରେ ତାଙ୍କ ସ୍ୱାମୀ ଅର୍ପିତ, ପୁଲକିତଙ୍କ ପତ୍ନୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କର ଯୋଜନା ଥିଲା। ସିସିଟିଭି ଓ ଘଟଣାକୁ ମିଶାଇ ପୋଲିସ ପରଦା ହଟାଇବା ପରେ ପୀଡ଼ିତା ପୂରା ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା। ପୂର୍ବରୁ ନିଜକୁ ପୀଡ଼ିତା ମହିଳା ଜଣକ ଏବେ ଅଭିଯୁକ୍ତ ପାଲଟିଥିବା ଦେଖିବାକୁ ମିଳିଛି। ଘଟଣା ବିଷୟରେ ଜାଣିବା ପରେ ଆଖପାଖ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Get real time updates directly on you device, subscribe now.