ଜନ୍ମକଲା ଝିଅକୁ ବଳାତ୍କାର କରି ମାରିଦେଲା ପରେ; ପଡ଼ୋଶୀ ମୁଣ୍ଡରେ ଅଠା ବୋଳିଲା କାମାନ୍ଧ ବାପା
ଝିଅକୁ ବଳାତ୍କାର କଲା ବାପା । ଶରୀର ଭୋକ ମେଣ୍ଟିବା ପରେ ଝିଅକୁ ମାରିଦେଲା ।
ଗାଜିଆବାଦ୍: ଉତ୍ତର ପ୍ରଦେଶ ଗାଜିଆବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଲୋନି ବର୍ଡର ଏରିଆରେ ରହୁଥିବା ଜ୍ଞାନ ସିଂହ ନିଜ ୭ ବର୍ଷର ଝିଅକୁ ବଳାତ୍କାର କରି ହତ୍ୟା କରିଛି ।
ଜ୍ଞାନ ସିଂ ଝିଅର ତଣ୍ଟିଚିପି ହତ୍ୟା କରିଥିଲେ ସୁଦ୍ଧା ପୋଲିସ ଆଗରେ ମିଛ କହି ପଡ଼ିଶା ଘରେ ରହୁଥିବା ଶାନ୍ତି ଦେବୀଙ୍କୁ ଫସେଇ ଦେଇଥିଲା । ଯାହାକଥାରେ ବିଶ୍ୱାସ କରି ସ୍ଥାନୀୟ ପୋଲିସ ମଧ୍ୟ କୁନି ଝିଅର ମୃତ୍ୟୁ ନେଇ ଶାନ୍ତି ଦେବୀଙ୍କୁ ଗିରଫ କରିନେଲା।
ଗତ ୧୨ ତାରିଖ ରାତିରେ କୁନିଝିଅଟି ଘରେ ଶୋଇଥିବାବେଳେ ତା’ ବାପା ବଳପୂର୍ବକ ତା’ ବଳାକ୍ରାର କରିଥିଲା । ଏହାପରେ ଝିଅର ତଣ୍ଟିଚିପି ତାକୁ ହତ୍ୟା କରିଥିଲା । ମିଛ ବାହାନା କରି ଘର ଲୋକଙ୍କ ସହ ଝିଅକୁ ନିକଟସ୍ଥ ଡାକ୍ତରଖାନା ନେଇଥିଲା । ଯାହାପରେ ଡାକ୍ତର କୁନି ଝିଅକୁ ମୃତ ବୋଲି ଘୋଷଣା କଲେ ।
ଡାକ୍ତର ପୋଷ୍ଟମର୍ଟମ ପାଇଁ କହିଥିବାବେଳେ ଜ୍ଞାନ କିନ୍ତୁ ଝିଅର ମୃତ ଶରୀରକୁ ନିଜ ସାଥୀରେ ନେଇ ଆସିଥିଲେ । କିନ୍ତୁ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁର ପୋଷ୍ଟମର୍ଟମ ଦାବି କଲା ।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ବେଳକୁ ହତ୍ୟାକାରୀ ବାପା ପୋଲିସକୁ ମିଛ କାହାଣୀ ପଡ଼ୋଶୀ ନାଁରେ କହିଦେଇଥିଲେ । ପୋଲିସକୁ ବାଟବଣା କରିବା ପାଇଁ ଜ୍ଞାନ କହିଥିଲା, ୧୨ ତାରିଖ ଦିନ ରାତିରେ ପଡ଼ୋଶୀ ଶାନ୍ତି ଦେବୀ ତାଙ୍କ ଘରକୁ କଡ଼ି ତରକାରୀ ଦେଇଥିଲେ । ଯାହାକୁ ଖାଇ ଘର ଲୋକ ଅସୁସ୍ଥ ହେବା ସହ କୁନି ଝିଅର ମୃତ୍ୟୁ ହୋଇଥିଲା ।
ଏହା ଆଧାରରେ ପୋଲିସ ଶାନ୍ତିଦେବୀଙ୍କୁ ଗିରଫ କରିନେଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ସତ ପଦାକୁ ଆସିଥିଲା । କୁନି ଝିଅର ମୃତ୍ୟୁ ରେପ୍ ପରେ ଗଳାଚିପି କରାଯାଇଥିବା ଜଣାପଡ଼ିଲା ।
ପୋଲିସ ତୁରନ୍ତ ଜ୍ଞାନ ସିଂଙ୍କୁ ଅଟକ ରଖି ପଚରା ଉଚରା କଲା ପରେ,ସେ ସବୁ ସତ ମାନିଯାଇଥିଲା । କାମାନ୍ଧ ବାପାକୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଳାଇଛି ।