fbpx

କଂଗ୍ରେସକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ଗୁଲାମ ନବୀ

ନୂଆଦିଲ୍ଲୀ: କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାବ ନବୀ ଆଜାଦ । କିଛି ଦିନ ତଳେ ପ୍ରଚାର ସମିତିରୁ ସେ ଇସ୍ତଫା ଦେଇଥିଲେ । କିଛିଦିନ ହେଲା ବରିଷ୍ଠ ନେତା ଗୁଲାମ ନବୀ ନାରାଜ ଥିବା କୁହାଯାଉଛି । ସେ କଂଗ୍ରେସର ସମସ୍ତ ପଦପଦବୀ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାରେ ସେ ଆଗରେ ଥିଲେ ।

ତେବେ ଅଧ୍ୟକ୍ଷ ପଦବୀ ନିର୍ବାଚନୀ ପୂର୍ବରୁ କଂଗ୍ରେସକୁ ଏହି ଝଟକା ଲାଗିଛି । ନିକଟରେ ସେ ଜାମ୍ମୁ-କାଶ୍ମୀରର ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଥିଲେ । ଖାସ୍ କଥା ହେଉଛି କି, ୨୦୨୦ରେ ହିଁ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ, ଯେଉଁଥିରେ ସଙ୍ଗଠନ ସ୍ତରରେ ବଡ଼ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଏହି ସମୟରେ କଂଗ୍ରେସ ଭିତରେ ଜି-୨୩ ସମୂହ ଚର୍ଚ୍ଚା ଆସିଥିଲା, ଯେଉଁଥିରେ ଆନନ୍ଦ ଶର୍ମା, ମନୀଷ ତିୱାରୀ ସମେତ ଅନେକ ନେତା ସାମିଲ ଥିଲେ ।

ଶୁକ୍ରବାର ଦିନ ଗୁଲାମନବା କଂଗ୍ରେସ ପଦରୁ ଇସ୍ତଫା ଦେଇଛନ୍ତି । ସେ ଏହି ସମ୍ବନ୍ଧରେ ସୋନିଆ ଗାନ୍ଧୀଙ୍କୁ ୫ ପେଜର ଚିଠି ଲେଖିଛନ୍ତି । ଖାସ୍ କଥା ହେଉଛି କି, ସେ ଚିଠିରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

Get real time updates directly on you device, subscribe now.