କଂଗ୍ରେସରୁ ଆଜାଦ ହେଲେ ଗୁଲାମନବୀ ଆଜାଦ, ସଂଘର୍ଷ ସମୟରେ ବାଛିନେଲେ ନିଜ ବାଟ

ନୂଆଦିଲ୍ଲୀ: ପଦ ପଦବୀ ଥିଲା କଂଗ୍ରେସରେ ଥିଲେ ଗୁଲାମନବୀ ଆଜାଦ। ପଦବି ଯିବା ପରେ ଆଜାଦ ହୋଇଗଲେ। ଜାମ୍ମୁ-କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ସେ ଦଳର ବହୁତ୍ ଭିତିରି କଥାକୁ ମଧ୍ୟ ନିଜ ଇସ୍ତଫାରେ ଦର୍ଶାଇ କ୍ଷୋବ ପ୍ରକାଶ କରିଛନ୍ତି। ତେବେ ଜାତୀୟ ଯୁବ କଂଗ୍ରେସର ସଭାପତି ଶ୍ରୀନିବାସ୍ ବିଭି କହିଛନ୍ତି ଯେ, ଗୁଲାମନବୀଙ୍କ ପାଖରେ ଯେ ପର୍ଯ୍ୟନ୍ତ ପଦପଦବୀ ଥିଲା ସେ ଦଳରେ ଥିଲେ। ଦଳରେ ୫୦ ବର୍ଷ ରହିବା ପରେ, ଯେତେବେଳେ ସଂଘର୍ଷର ସମୟ ଆସିଲା, ଯେତେବେଳେ ଦଳର ଋଣ ପରିଶୋଧ କରିବାର ସମୟ ଆସିଲା, ସେତେବେଳେ ସେ ‘ଆଜାଦ’ ହୋଇଗଲେ। ଏବେ ଜାମ୍ମୁ କାଶ୍ମୀରରେ ଗୁଲାମନବୀ ଆଜାଦ ନିଜର ଏକ ନୂତନ ପାର୍ଟି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି।

୧୯୭୩ ମସିହାରେ ଗୁଲାମ ନବୀ ଆଜାଦ ବ୍ଲକ କଂଗ୍ରେସ କମିଟିର ସଚିବ ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଏହା ପରେ ତାଙ୍କର ସକ୍ରିୟତା ଏବଂ ଶୈଳୀ ଦେଖି କଂଗ୍ରେସ ତାଙ୍କୁ ଯୁବ କଂଗ୍ରେସର ସଭାପତି ଭାବରେ ମନୋନୀତ କଲା। ୧୯୮୦ ରେ ମହାରାଷ୍ଟ୍ରର ୱାଶିମ୍ ନିର୍ବାଚନମଣ୍ଡଳୀରୁ ସେ ପ୍ରଥମ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ୧୯୮୨ ମସିହାରେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଭାବରେ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ ଦ୍ୱିତୀୟ ୟୁପିଏ ସରକାରରେ ଆଜାଦ ଭାରତର ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ସମୟରେ ସେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନକୁ ବିସ୍ତାର କରିଥିଲେ। ବସ୍ତିରେ ରହୁଥିବା ସହରୀ ଗରିବ ଲୋକଙ୍କୁ ସେବା କରିବା ପାଇଁ ଏକ ଜାତୀୟ ସହରୀ ସ୍ୱାସ୍ଥ୍ୟ ମିଶନ୍ ମଧ୍ୟ ଆରମ୍ଭ କରାଯାଇଥିଲା। ୨୦୦୫ ମସିହାରେ ଗୁଲାମ ନବୀ ଆଜାଦଙ୍କ ରାଜନୈତିକ ଜୀବନରେ ସୁବର୍ଣ୍ଣ ସମୟ ଆସିଥିଲା। ଯେତେବେଳେ ସେ ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଏହା ସହିତ ଆଜାଦ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ କରିଛନ୍ତି।

ଜାମ୍ମୁ କାଶ୍ମୀର ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ଆଜାଦଙ୍କ କାର୍ଯ୍ୟକାଳ ମଧ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ୨୧ ଟି ଆସନ ଜିତିଥିଲା। ଫଳସ୍ୱରୂପ, କଂଗ୍ରେସ ରାଜ୍ୟର ଦ୍ୱିତୀୟ ବୃହତ୍ତମ ରାଜନୈତିକ ଦଳ ଭାବରେ ଉଭା ହେଲା।

ବର୍ତ୍ତମାନ ପର୍ଯ୍ୟନ୍ତ ଗୁଲାମ ନବୀ ଆଜାଦର ରାଜନୈତିକ ଯାତ୍ରା।

  • ୨୦୦୮ ଭଦରୱା ଠାରୁ ଜାମ୍ମୁ କାଶ୍ମୀର ବିଧାନସଭାକୁ ପୁନଃନିର୍ବାଚିତ ହୋଇଥିଲେ।
  • ୨୦୦୯: ଚତୁର୍ଥ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।
  • ୨୦୧୪: ରାଜ୍ୟସଭାରେ ବିରୋଧୀ ଦଳର ନେତା।
  • ୨୦୧୫: ସେ ପଞ୍ଚମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।