(Video) ବିରାଟକାୟ ଅଜଗର ଗ୍ରାସିବାକୁ ଉଦ୍ୟମ କରୁଛି, ହେଲେ ବ୍ୟକ୍ତି ନିଶ୍ଚଳ ହୋଇ ବସିଛନ୍ତି, କେମିତି ସମ୍ଭବ?

ଓଡିଶା ଭାସ୍କର: ଆମେ ଦୂରରୁ ସାପଟିଏ ଦେଖିଲେ ଭୟରେ ଶିହରି ଯାଉ । ଅନେକତ ଚିକ୍ରାର କରି ସେଠାରୁ ଦୌଡି ପଳାନ୍ତି । ଭାବିଲେ ଦେଖି, ଯଦି ଭୟଙ୍କର ଓ ବିରାଟକାୟ ଅଜଗର ହାବୁଡରେ କେହି ପଡିଯିବ ତାର ଅବସ୍ଥା କଣ ହେବ । କିନ୍ତୁ ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେଉଛି, ଯାହାଙ୍କ ବେକରେ ବିରାଟକାୟ ଅଜଗର ଗୁଡେଇ ହେଇ ରହିଥିବା ବେଳେ ସେ କିନ୍ତୁ ନିଶ୍ଚଳ ବସିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଆନ୍ଧ୍ରପ୍ରଦେଶର ଏହି ଭିଡିଓରେ ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ଏକ ଜଙ୍ଗଲିଆ ଜାଗାରେ ଏକ ପିଣ୍ଡି ଉପରେ ବସିଛନ୍ତି ଓ ବିରାଟକାୟ ଅଜଗର ତାଙ୍କ ଦେହରେ ଚଢିଛି । ତେବେ ସ୍ଥାନୀୟ ଲୋକେ ଏହା ଦେଖି ଜାଳେଣି କାଠ ଦେଖାଇ ସାପକୁ ବ୍ୟକ୍ତିଙ୍କ ଦେହରୁ ଘଉଡାଇବାରେ ସଫଳ ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣେ ଟ୍ରକ ଡ୍ରାଇଭର । ସେ ବହୁ ଦୂର ଟ୍ରକ ଚଳାଇବା ପରେ ଥକି ଯାଇ ରାସ୍ତା କଡରେ ଗାଡି ଅଟକାଇଥିଲେ ଓ ମଦ ପିଇବା ପରେ ପିଣ୍ଡି ଉପରେ ବସି ବସି ବିଶ୍ରାମ ନେଉଥିଲେ ।

ବସୁ ବସୁ ଆଖି ଲାଗିଯାଇଥିଲା ନିଶାସକ୍ତ ଡ୍ରାଇଭରଙ୍କର । ଆଉ ଲୋକଙ୍କ ପାଟିତୁଣ୍ଡ ଶୁଣି ଡ୍ରାଇଭରଙ୍କ ଆଖି ଖୋଲିଯାଇଥିଲା । ହେଲେ ତାଙ୍କୁ ଖବର ନଥିଲା କି ତାଙ୍କୁ ଗିଳିବାକୁ ଅଜଗର ତାଙ୍କ ଗଳାରେ କୁଣ୍ଡଳିମାରୁଛି । ତେବେ ଲୋକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସାପଟି ସେଠାରୁ ଖସି ଯାଇଥିବା ଜଣାପଡିଛି । ହେଲେ ସେ ଭିଡିଓ ନାହିଁ । କେବଳ ତାଙ୍କ ଦେହରେ ସାପ ଗୁଡେଇ ହୋଇଥିବାର ଭିଡିଓ ଭାଇରାଲ ହେଉଛି ।
ଯାହାକୁ ନେଇ ଲୋକେ ଚୁଟକୁଲା ମାରୁଛନ୍ତି । ମଦ ଖରାପ ନୁହେଁ, ମଦ ପାଇଁ ହିଁ ଡ୍ରାଇଭରଙ୍କ ଜୀବନ ବଞ୍ଚିଗଲା ବୋଲି କମେଣ୍ଟ କରୁଛନ୍ତି ଅନେକ ।

Get real time updates directly on you device, subscribe now.