fbpx

ଶରୀରରୁ ଖରାପ ପଦାର୍ଥକୁ ବାହାର କରେ ଅଦା: ଦେହ ହାଇଡ୍ରେଟ୍ ରଖିବା ସହ ବିଭିନ୍ନ ରୋଗରୁ ଦିଏ ମୁକ୍ତି

ଶରୀରକୁ ସୁସ୍ଥ ରଖିବା ସହ ବିଭିନ୍ନ ଉପକାରରେ ଲାଗିଥାଏ ଅଦା । ଶରୀରର ସବୁ ବିଶାକ୍ତ ପଦାର୍ଥକୁ ବାହାର କରିବାରେ ଅଦା ସାହାଯ୍ୟ କରିଥାଏ । ସକାଳର ଚାହାଠାରୁ ଆରମ୍ଭ କରି ଏହା ସବୁ ପ୍ରକାରର ରୋଷେଇ ବ୍ୟଞ୍ଜନରେ ପ୍ରମୁଖ ଭୂମିକା ନିଭାଇଥଶଏ । ଏହା ସହିତ ଆମ ଶରୀରର ଅନେକ ରୋଗରୁ ଉପଶମ ମଧ୍ୟ ଦିଏ । ସତରେ ଖାଦ୍ୟରେ ବ୍ୟବହାର ହେବା ସହ ଶରୀରର ଅନକେ ସମସ୍ୟାକୁ ସମାଧାନ କରିଥାଏ ଏହି ଅଦା ।

ଆଜି ଆମେ ଆପଣଙ୍କ ପାଇଁ ଅଦା ପାଣି ପିଇବାର ଉପକାର ଓ ଏହାକୁ ତିଆରି କରିବାର ପଦ୍ଧତି ବିଷୟରେ କହିବାକୁ ଯାଉଛୁ । ଅଦା ପାଣି ପିଇବା ଦ୍ୱାରା ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଆପଣଙ୍କ ହଜମ ପ୍ରକ୍ରିୟା ଭଲ କାମ କରିବ । ତେବେ ଆସନ୍ତୁ ଜାଣିବା ଶରୀରକୁ ଡିଟକ୍ସ କରିବା ପାଇଁ ଅଦା ପାଣି ତିଆରି କରିବାର ଉପାୟ ଓ ଉପକାର…

ଅଦା ପାଣି ପିଇବାର ଉପକାର
ଶରୀରକୁ ହାଇଡ୍ରେଟ୍ ରଖେ: ଅଦା ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀର ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରହିଥାଏ । ଯାହା ଆପଣଙ୍କ ତ୍ୱଚାକୁ ଚମକାଇବାରେ ମଧ୍ୟ ସାହାଯ୍ୟ କରେ । ଅଦା ପାଣି ଶରୀରକୁ ଡିଟକ୍ସାଇଫ୍ କରି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ହେଲଦି ଡାଇଜେସନ: ଅଦା ପାଣି ପିଇଲେ ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାରେ ଗ୍ୟାସ୍, ଖାଦ୍ୟ ହଜମ କରିବାରେ ସମସ୍ୟା, ବାନ୍ତି ଭଳି ସମସ୍ୟାରୁ ଆରାମ ମିଳିଥାଏ । ପର୍ବ ଋତୁରେ, ବାହାରେ ଖାଇବା କାରଣରୁ ଅନେକ ଥର ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ । ଏପରି ପରିସ୍ଥିତିରେ ନିଶ୍ଚିତ ଭାବରେ ଅଦା ପାଣି ପିଇବା ଉଚିତ୍ ।

କୋଲେଷ୍ଟ୍ରଲ ନିୟନ୍ତ୍ରଣ କରେ: ଅଦା ପାଣି ଆପଣଙ୍କ ଶରୀରର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ହୃଦୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ । ଯଦି ଆପଣ ନିୟମିତ ଭାବେ ଅଦା ପାଣି ପିଅନ୍ତି, ତେବେ ଆପଣ ହୃଦଘାତର ସମ୍ଭାବନାକୁ ବହୁ ପରିମାଣରେ ହ୍ରାସ କରିପାରିବେ ।

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ: ଅଦା ପାଣି ଶରୀରକୁ ଡିଟକ୍ସାଇଫ କରିଥାଏ, ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ ସକାଳେ ଜଳଖିଆ ପରେ ଅଦା ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ଓଜନକୁ ଶୀଘ୍ର ହ୍ରାସ କରିଥାଏ । ଏହା ସହିତ ଏହା ପେଟର ଚର୍ବି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ଅଦା ପାଣି କିପରି ତିଆରି କରିବେ?

ଅଦା ପାଣି ତିଆରି କରିବା ପାଇଁ ପ୍ରଥମେ ଅଦାକୁ ଧୋଇ ଦିଅନ୍ତୁ । ତା’ପରେ ଆପଣ ଏକ ପାତ୍ରରେ ଦୁଇ କପ୍ ପାଣି ରଖି ଫୁଟାଆନ୍ତୁ । ଏହା ପରେ, ଏହି ସିଝା ପାଣିରେ ଅଦା ଛେଛି ମିଶାନ୍ତୁ । ତା’ପରେ ଆପଣ ଏହାକୁ ପ୍ରାୟ ୧ ରୁ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାଆନ୍ତୁ ଏବଂ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏହା ପରେ, ଆପଣ ଏହି ପାଣିକୁ ପ୍ରାୟ ୧୦ ମିନିଟ୍ ପାଇଁ ଘୋଡାଇ ରଖନ୍ତୁ । ତା’ପରେ ଯେତେବେଳେ ପାଣି ହାଲକା ଉଷ୍ମ ଥିବ, ତେବେ ଏହାକୁ ଫିଲ୍ଟର୍ କରି ପିଇପାରିବେ ।

Get real time updates directly on you device, subscribe now.