ଯାଜପୁର: ଯାଜପୁରରେ ଘଟିଯାଇଛି ବଡ଼ ଧରଣର ହତ୍ୟାକାଣ୍ଡ । ପ୍ରେମିକକୁ ଜୀବନରୁ ମାରିଦେଇଛି ପ୍ରେମିକା ।
ଟମକା ଥାନା ମାଣଟିରି ଗାଁ ଗୋହିରୀ ପୋଲ ତଳୁ ମିଳିଛି ମୃତ ଯୁବକର ମୃତଦେହବ । ଘଟଣାର ସତ୍ୟାସତ୍ୟ ଜଣାପଡ଼ି ନ ଥିବାବେଳେ ଯୁୂବକଙ୍କୁ ତାଙ୍କ ପ୍ରେମିକା ଡାକି ଆଣି ହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।
ମୃତ ଯୁବକ କେନ୍ଦୁଝର ନନ୍ଦୀପଦା ଥାନା ବଡ଼ରମ୍ପାସ ଗାଁରେ । ଯୁବକଜଣକ ଗତକାଲିଠାରୁ ନିଖୋଜ ଥିବା ଜଣାପଡ଼ିଛି ।
ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।