fbpx

Whatsapp ଚାଟିଂ ବହୁତ ହୋଇଗଲା, ଏବେ Video Call କର ଆଉ ଟିକେ ତୁମର ଚେହେରା ଦେଖାଅ

ନୂଆଦିଲ୍ଲୀ: ଆଜିକାଲି ପ୍ରେମଜନିତ ହତ୍ୟା ଓ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠି ପ୍ରେମିକ ଆତ୍ମହତ୍ୟା କରୁଛି ତ ଆଉ କେଉଁଟି ପ୍ରେମିକା ନିଜର ଜୀବନ ହାରୁଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ । ପ୍ରେମରେ ବିଫଳ ହେବା ପରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଇଜ୍ଜତନଗର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ୪୦ ଥର କଲ୍ କରିଥିଲେ । ମାତ୍ର ତାଙ୍କର ବୟଫ୍ରେଣ୍ଡ କଲ୍ ରିସିଭ୍ କରିନଥିଲେ । ଏଥିରେ ମାନସିକ ସନ୍ତୁଳନ ହରାଇ ବସିଥିଲେ ଯୁବତୀ । ଅନ୍ୟ ଉପାୟ ନପାଇ ଶେଷରେ ଆତ୍ମହତ୍ୟାର ବାଟକୁ ଆଦରି ନେଇ କିଛି ବିଷାକ୍ତ ଖାଦ୍ୟ ଖାଇ ଦେଇଥିଲେ । ପରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ମୁତାବକ, ମୃତ ଯୁବତୀ ଜଣଙ୍କ ବରେଲୀ କଲେଜର ଛାତ୍ରୀ ଥିଲେ । ସେ ଗୁରୁଦ୍ୱାର ଆଲୋକ ନଗରରେ ରହୁଥିବା ଗୋଟିଏ ପୁଅକୁ ଭଲ ପାଉଥିଲେ । ଦୁହେଁ ବହୁଦିନ ଧରି ହ୍ୱାଟସଆପରେ ଚାଟ୍ କରୁଥିଲେ । ଯୁବକ ଜଣଙ୍କ ଯୁବତୀଙ୍କ ମୁହଁ ଦେଖିବା ପାଇଁ ଭିଡିଓ କଲ କରିବାକୁ ଅନୁରୋଧ କରିଥିଲେ । ଏଥିସହ ଚେହେରା ନ ଦେଖାଇଲେ ଓ ଭିଡିଓ କଲ ନକଲେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ପ୍ରେମିକ ଧମକ ଦେଇଥିଲେ ।

ଏହାପରେ ଛାତ୍ରୀ ଜଣଙ୍କ ଉକ୍ତ ଯୁବକଙ୍କୁ ୪୦ ଥର କଲ୍ କରିଥିଲେ, ମାତ୍ର ସେ କଲ୍ ଉଠାଇଥିଲେ । ଏଥିରେ ବ୍ୟତିବ୍ୟସ୍ତ ହୋଇ ଯୁବତୀ କିଛି ବିଷାକ୍ତ ପଦାର୍ଥ ସେବନ କରିଦେଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଯୁବକଙ୍କ ପାଇଁ ଯୁବତୀ ଜଣଙ୍କ ଜୀବନ ହାରିଥିବା ଛାତ୍ରୀଙ୍କ ପରିବାରବର୍ଗ ଅଭିଯୋଗ ଆଣିଛନ୍ତି । ଯାଞ୍ଚ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Get real time updates directly on you device, subscribe now.