ନୂଆଦିଲ୍ଳୀ: ନିଜ ଠାରୁ ୧୦ ବର୍ଷ ସାନ ଯୁବକ ପ୍ରେମରେ ପଡିଥିଲେ ମହିଳା । ଆଉ ତା ପରେ ଦୁହେଁ ରିଲେସନକୁ ଆସିଥିଲେ । ହେଲେ କିଛି ସମୟ ପରେ ମହିଳାଙ୍କ ପାର୍ଟନର ଏମିତି ବ୍ୟବହାର କରିଥିଲା ଯେ ଆପଣ ବି ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବହାର ଏତେ ଖରାପ କରିଥିଲା, ପଶୁଙ୍କ ସହ ବି ସେମିତି ବ୍ୟବହାର କରାଯାଏନି । ମହିଳା ଜଣକ ମେକଅପ ହେଉଥିବାରୁ ତାଙ୍କୁ ପିଟି ପିଟି ହସ୍ପିଟାଲରେ ଭର୍ତି କରାଇଥିଲା ଏଭଳି ରାକ୍ଷସ ପ୍ରେମିକ । ବ୍ରିଟେନରେ ଏଭଳି ହିଂସାର ଶିକାର ହୋଇଥିବା ମହିଳାଙ୍କ ନାମ ହେଉଛି ଏମ୍ମା କ୍ରାନଷ୍ଟନ । ସେ ଦୁଇଟି ସନ୍ତାନର ଜନନୀ ।
୩୯ ବର୍ଷୀୟା ଏମ୍ମା କ୍ରାନଷ୍ଟନଙ୍କ ପୂର୍ବ ପାର୍ଟନର ଜର୍ଜ ଅରାଥୁନ ୨୦୧୮ରେ ତାଙ୍କ ଉପରକୁ ଏଭଳି ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି । ଏ ବିଷୟରେ ସେ ଏକ ନ୍ୟୁଜ ସାଇଟ ସହ ଆଲୋଚନା କରି ଏ ସଂପର୍କରେ ଅବଗତ କରାଇଥିଲେ । ଜର୍ଜ ମେକଅପ ଲଗାଇବାକୁ ଏମ୍ମାଙ୍କୁ ସବୁବେଳେ ମନା କରୁଥିଲା । ଚାକିରୀ ଛାଡିବାକୁ ବି ବାଧ୍ୟ କରୁଥିଲା । କାରଣ ଜର୍ଜ ଭାବୁଥିଲା ଯେ ଏମ୍ମା ତା ବିନା ବଂଚିପାରିବେନି । ଧିରେ ଧିରେ ପଶୁଙ୍କ ଠାରୁ ବି ହୀନ ଆଚରଣ ସେ କରିବାକୁ ଲାଗିଲା ।
ଏଭଲି ହିଂସାତ୍ମକ ଆଚରଣ ପାଇଁ ଏମ୍ମା ତାକୁ ଛାଡିବାକୁ ବାଧ୍ୟ ହୋଇଥିଲେ । ତା ପରେ କେସ କରି ୫ ବର୍ଷ ଜେଲ ଦଣ୍ଡ ଦେଇଥିଲେ । ୨୦୧୦ରୁ ଆରମ୍ଭ ହୋଇଥିଲା ପ୍ରେମ ଓ ୨୦୧୩ରେ ଦୁହେଁ ସାଥୀରେ ରହିବା ଆରମ୍ଭ କରିଥିଲେ । ହେଲେ ବହୁତ ଜଲଦୀ ବଦଳି ଯାଇଥିଲେ ଜର୍ଜ । ଆଉ ଏମ୍ମାଙ୍କ ଉପରେ ଆରମ୍ଭ କରିଥିଲା ଅତ୍ୟାଚାର । ଏଭଳି ଅତ୍ୟାଚାର ପାଇଁ ଏମ୍ମା ଅନେକ ଦିନ ଯାଏଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଛନ୍ତି । ଦେଖନ୍ତୁ ଭିଡିଓ……