fbpx

ପ୍ରେମିକର ବିଶ୍ୱାସଘାତକତା ସହି ନପାରି ପ୍ରେମିକାର ଆତ୍ମହତ୍ୟା

ବାଲେଶ୍ୱର,୨୨ ।୨(ଓଡିଶା ଭାସ୍କର): ବିଶ୍ୱାସଘାତକତା ପ୍ରେମିକର ଧୋକା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ତୁଟ ଗାଁରେ ଘଟିଛି । ତୁଟ ଗାଁର ଭରତ ଚରଣ ବେହେରାଙ୍କ ୨୩ ବର୍ଷୀୟ ଝିଅ ସସ୍ମିତା ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପ୍ରେମିକ ଧୋକରୁ ଆତ୍ମହତ୍ୟା ନେଇ ଥାନାରେ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ପରିବାର ଲୋକେ ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସସ୍ମିତା ବର୍ଷେ ହେବ ଜଣେ ଯୁବକକୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକ ବିବାହିତ ଜଣାପଡ଼ିବା ପରେ ସସ୍ମିତାକୁ ବଡ ଧୋକା ମିଳିଥିଲା । ଫଳରେ ସେ ନିଜର ମାନସିକ ଭାରସାମ୍ୟ ହଣାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ସସ୍ମିତାଙ୍କ ମୋବାଇଲ ଜବତ କରିଛି, ଯେଉଁଥିରେ ସେ ଭଲ ପାଉଥିବା ପୁଅ ସହ ଚାଟିଂ କରିଥିଲେ ।

Get real time updates directly on you device, subscribe now.