fbpx

ଅଧିକ ସୋସିଆଲ ମିଡିଆ ବ୍ୟବହାର କଲେ ଏହି ରୋଗର ଶିକାର ହେବେ ଯୁବତୀ! ଏବେଠୁ ହୁଅ ସାବଧାନ୍

ନୂଆଦିଲ୍ଲୀ: ଆଜିକାଲିର ସମୟରେ ଯୁବପିଢ଼ିମାନେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଉଛନ୍ତି । ଏହାର ଅଧିକ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପଡୁଛି । ଯୁବପିଢ଼ିମାନଙ୍କଠାରେ ପଡୁଥିବା ସୋସିଆଲ ମିଡିଆ ପ୍ରଭାବକୁ ନେଇ ରିସର୍ଚ୍ଚ କରାଯାଇଥିଲା । ଏଥିରେ ଜଣାପଡିଲା କି, ସୋସିଆଲ ମିଡିଆ ଅଲାକ ଅଲଗା ବୟସର ଯୁବତ ଯୁବତୀଙ୍କୁ ପ୍ରଭାବିତ କରିଥାଏ ।

ରିପୋର୍ଟ ଅନୁସାରେ, ରିସର୍ଚ୍ଚରେ ମନୋବିଜ୍ଞାନୀମାନେ ଜାଣିବାକୁ ପାଇଲେ କି ଯେଉଁ ଯୁବତୀମାନେ ୧୧ ରୁ ୧୩ ବର୍ଷ ବୟସ ମଧ୍ୟରେ ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଥିଲେ, ସେମାନେ ଗୋଟିଏ ବର୍ଷ ପରେ ନିଜ ଜୀବନକୁ ନେଇ କମ୍ ସନ୍ତୁଷ୍ଟ ଥିଲେ । ଅନ୍ୟପଟେ ପୁଅମାନଙ୍କ ମଧ୍ୟରେ ସୋସିଆଲ ମିଡିଆର ଏହି ପ୍ରଭାବ ୧୪ ରୁ ୧୫ ବର୍ଷ ମଧ୍ୟରେ ଥିଲା । ରିସର୍ଚ୍ଚରମାନେ ସୋସିଆଲ ମିଡିଆ ପ୍ରଭାବର ଅନ୍ୟ ବୟସରେ କୌଣସି ସମ୍ବନ୍ଧ ପାଇନଥିଲେ । ଅବଶ୍ୟ ୧୯ ବର୍ଷ ବୟସରେ ଯୁବକ ଓ ଯୁବତୀଙ୍କ ସନ୍ତୁଷ୍ଟିରେ ହ୍ରାସ ଘଟିଥିଲା ।

ମନୋବିଜ୍ଞାନ ଓ କେମ୍ବ୍ରିଜ୍ ୟୁନିଭର୍ସିଟିର ରିସର୍ଚ୍ଚ ଡ. ଆମି ଓରବେନ୍ କହିଛନ୍ତି ଯେ, ଯୁବକ ଓ ଯୁବତୀଙ୍କ କିଛି ନିଶ୍ଚିତ ବୟସ ରହିଛି, ଯେବେ ସୋସିଆଲ ମିଡିଆ ତାଙ୍କ ଜୀବନକୁ ପ୍ରଭାବିତ କରିପାରିବ । କ’ଣ ସୋସିଆଲ ମିଡିଆ ଯୁବପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ବଢ଼ାଇ ପାରିବ ବୋଲି ରିସର୍ଚ୍ଚ କରାଯାଇଥିଲା । ଚାରିଟି ୟଙ୍ଗ ମାଇଣ୍ଡସ୍ ଅନୁସାରେ, ମେଣ୍ଟାଲ ହେଲ୍ଥ ଅସୁବିଧା ଥିବା ୫ରୁ ୧୬ ବର୍ଷ ବୟସର ପିଲାଙ୍କ ସଂଖ୍ୟା ୨୦୧୭ରୁ ୨୦୨୧ ମଧ୍ୟରେ ୫୦% ବୃଦ୍ଧି ପାଇଛି । ଏହା ହିସାବରେ ପ୍ରତ୍ୟେକ ଶ୍ରେଣୀର ପ୍ରାୟ ୫ ପିଲା ଏପରି ସମସ୍ୟାରେ ପ୍ରଭାବିତ ହୋଇଛନ୍ତି ।

ତେବେ ଡ. ଆମି ଓରବେନ୍ ଓ ତାଙ୍କ ସହକର୍ମୀମାନେ ୧୦ ରୁ ୮୦ ବର୍ଷ ବୟସର ୮୪,୦୦୦ ବ୍ରିଟିଶ ଲୋକଙ୍କ ତଥ୍ୟ ବିଶ୍ଳେଷଣ କରିଥିଲେ । ଏଥିରେ ଜଣାପଡିଲା କି, ସୋସିଆଲ ମିଡିଆ ବ୍ୟବହାର ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ସୋସିଆଲ ମିଡିଆରେ ଅଧିକ ସମୟ ବିତାଇବା ଦ୍ୱାରା ଯୁବତୀମାନେ ଡିପ୍ରେସନର ଶିକାର ହେଉଛନ୍ତି । ଏହା ସହ ତାଙ୍କୁ ନିଦ ନଆସିବାର ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.