fbpx

ଝିଅମାନେ କରୁଛନ୍ତି ‘Temporary Marriage’! ଟଙ୍କା ଦେଲେ ୪ ଦିନ ପାଇଁ ମିଳୁଛନ୍ତି ପତ୍ନୀ, ଏ କି ଅଜବ ବ୍ୟବସ୍ଥା….!

ନୂଆଦିଲ୍ଲୀ: ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଥାଏ । ପୁରୋହିତଙ୍କ ମନ୍ତ୍ର, ଶଙ୍ଖ ନାଦ, ହୁଳହୁଳିର ଧ୍ୱନି ସହ ସାତଫେରା ନେଇ ଯୁବକ ଓ ଯୁବତୀ ପରସ୍ପରଙ୍କୁ ଜୀବନ ସାଥୀ ଭାବ ଗ୍ରହଣ କରିଥାନ୍ତି । ତେବେ ଆମ ବିଶ୍ୱର ବିଭିନ୍ନ ଦେଶରେ ଏପରି କିଛି ଅଜବ ପରମ୍ପରା ରହିଛି, ଯାହାକୁ ଶୁଣିଲେ ସହଜରେ ବିଶ୍ୱାସ କରିହୁଏ ନାହିଁ । ଏପରି କିଛି ସ୍ଥାନରେ ‘ଟେମ୍ପରାରି ୱାଇଫ’ ବା ‘ଅସ୍ଥାୟୀ ପତ୍ନୀ’ ମିଳିଥାନ୍ତି । ମହିଳାମାନେ ସାମାନ୍ୟ କିଛି ଟଙ୍କାରେ ପର୍ଯ୍ୟଟକଙ୍କ ପାଇଁ ବିକ୍ରି ହୋଇଯାଇଥାନ୍ତି । ବିଭିନ୍ନ ଦେଶରେ ମହିଳାମାନଙ୍କ ସୁରକ୍ଷା ଓ ଅଧିକାରୀ ନେଇ ଦାବି ହେବା ସହ ଅନେକ ଆଇନ ପ୍ରଣୟନ କରାଯାଉଥିବା ବେଳେ ଏହି କଥା ଶୁଣିବା ବେଳକୁ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିଥାଏ ।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି ଏଭଳି ଏକ ଅଜବ ପରମ୍ପରା । ଇଣ୍ଡୋନୋସିଆର ଗ୍ରାମାଞ୍ଚଳରେ ରହିଥିବା ଏହି ଅଜବ ବ୍ୟବସ୍ଥା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ସେଠାରେ ରହୁଥିବା ଗରିବ ଶ୍ରେଣୀର ଝିଅମାନେ ଟଙ୍କା ପାଇଁ ‘ଅସ୍ଥାୟୀ ମ୍ୟାରେଜ’ କରୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେଠାକାର ଝିଅମାନେ କୌଣସି ପରିଚିତ କି ଆଖାପାଖର ଲୋକଙ୍କୁ ନୁହେଁ, ବରଂ ପର୍ଯ୍ୟଟକଙ୍କୁ ବିବାହ କରୁଛନ୍ତି । ଆଉ ଚିନ୍ତାଜନକ କଥା ହେଉଛି ସେମାନେ ମାସେ କି ବର୍ଷେ ପାଇଁ ନୁହେଁ, ବରଂ ମାତ୍ର ୪-୫ ଦିନ ପାଇଁ ମ୍ୟାରେଜ୍ କରି ତାହାକୁ ସମାପ୍ତ କରିଦେଉଥିବା ଜଣାପଡ଼ିଛି ।

ପଶ୍ଚିମ ଇଣ୍ଡୋନେସିଆ ସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପୁଙ୍କାକରେ ଏହି ଅଜବ ବ୍ୟବସ୍ଥା ଦେଖିବାକୁ ମିଳିଛି । ଉକ୍ତ ଅଞ୍ଚଳକୁ ଅଧିକ ସଂଖ୍ୟକ ଆରବ ପର୍ଯ୍ୟଟକ ଯାଉଥିବା ବେଳେ ସେମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଅସ୍ଥାୟୀ ମ୍ୟାରେଜ ବ୍ୟବସ୍ଥାକୁ ଲାଗୁ କରାଯାଇଛି । କୋଟା ବୁଙ୍ଗା ନାମକ ଏକ ରିସର୍ଟ ଏଜେନ୍ସି ଏହି ବ୍ୟବସ୍ଥା କରିଥିବା ଜଣାପଡ଼ିଛି । ଗରିବ ଶ୍ରେଣୀର ଝିଅମାନେ ସାମାନ୍ୟ କେଇଟା ଟଙ୍କା ପାଇଁ ଅସ୍ଥାୟୀ ମ୍ୟାରେଜ୍ କରୁଥିବା ଜଣାପଡ଼ିଛି । ଉଭୟ ବର ଓ କନ୍ୟାପକ୍ଷ ରାଜି ହେବା ପରେ ୧୫-୨୦ ମିନିଟ ମଧ୍ୟରେ ବିବାହ ଶେଷ ହୋଇଯାଇଥାଏ । ବିବାହ ପରେ ପର୍ଯ୍ୟଟକମାନେ ନିଜର ପତ୍ନୀଙ୍କ ସହ ଏକତ୍ର ରହିବା ସହ କିଛିଦିନ ବୁଲାବୁଲି କରିବା ପରେ ସେଠାରୁ ଚାଲିଯାଇଥାନ୍ତି । ପର୍ଯ୍ୟଟକ ଦେଉଥିବା ଅର୍ଥରୁ କିଛି ଏଜେନ୍ସି ରଖେ ଓ ଆଉ କିଛି ଯୁବତୀଙ୍କୁ ପ୍ରଦାନ କରାଯାଇଥାଏ ।

ତେବେ ଏହି ଅଜବ ବ୍ୟବସ୍ଥା କାରଣରୁ କିଛି ଯୁବତୀ ୧୦-୧୫ ଥର ବିବାହ କରିସାରିଥିବା କହିଛନ୍ତି । ଏନେଇ ଜଣେ ଯୁବତୀ କହିଛନ୍ତି, ସେ ପ୍ରଥମ ଥର ଜଣେ ୫୦ ବର୍ଷୀୟ ଯୁବତୀଙ୍କୁ ମ୍ୟାରେଜ କରିଥିବା ବେଳେ ପର୍ଯ୍ୟଟକ ୭୧ ହଜାରରୁ ଅଧିକ ଅର୍ଥ ଦେଇଥିଲେ । ଉକ୍ତ ଟଙ୍କାଙ୍କୁ ଏଜେଣ୍ଟ, ଅଧିକାରୀ ଓ ଯୁବତୀ ବାଣ୍ଟି ନେଇଥିଲେ । ତେବେ ଏପରି ବିବାହକୁ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିବା ସହ ଏହା ବିବାହର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରେ ବୋଲି କହିଛନ୍ତି । ଏହି ଅସ୍ଥାୟୀ ମ୍ୟାରେଜ ବ୍ୟବସ୍ଥା ଇଣ୍ଡୋନେସିଆ ଆଇନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ନୁହେଁ ବୋଲି ମଧ୍ୟ ଅନେକ କହିଛନ୍ତି ।

Get real time updates directly on you device, subscribe now.