ଏପରିି ସ୍ୱଭାବର ପୁଅଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ, କାହିଁକି

ଯେତେବେଳେ ଆମେ ଏକ ରିଲେସନସିପରେ ଥାଉ, ଆମେ ତାକୁ ବଜାୟ ରଖିବା ପାଇଁ ଚେଷ୍ଟା କରିଥାଉ । ମାତ୍ର ଅନେକ କ୍ଷେତ୍ରରେ ସମ୍ପର୍କ ଅଧାରୁ ଭାଙ୍ଗିଯାଉଥିବା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ ଝିଅମାନଙ୍କ ହୃଦୟରେ ଜଣଙ୍କ ପାଇଁ ନିଶ୍ଚିତ ଭାବେ ଭଲପାଇବା ରହିଥାଏ । ପୁଅମାନଙ୍କର ଏପରି କିଛି ଅଭ୍ୟାସ ସେମାନଙ୍କୁ ଝିଅଙ୍କ ଠାରୁ ଦୂରେଇ ଦେଇଥାଏ । ଆସନ୍ତୁ ଜାଣିବା ପୁଅମାନଙ୍କର ସେହି ଗୁଣ ବିଷୟରେ, ଯାହାକୁ ଝିଅମାନେ ଆଦୌ ପସନ୍ଦ କରନ୍ତି ନାହିଁ ।

– ସର୍ବଦା ନର୍ଭସ ରହୁଥିବା ପୁଅମାନଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତ ନାହିଁ । ନର୍ଭସନେସ୍ ଆପଣଙ୍କର ବ୍ୟକ୍ତିତ୍ୱକୁ ଅବକ୍ଷୟ କରିଦେଇଥାଏ । ସେଥିପାଇଁ ଝିଅମାନେ ସାଧାରଣତଃ ଦୃଢ଼ ଆତ୍ମବିଶ୍ୱାସୀ ପୁଅମାନଙ୍କୁ ବେଶି ପସନ୍ଦ କରିଥାନ୍ତି ।

– ଯଦି ଆପଣଙ୍କଠାରେ ଆତ୍ମବିଶ୍ୱାସର ଅଭାବ ରହିଛି, ଆପଣ ପାର୍ଟନରଙ୍କ ସମ୍ମୁଖରେ କିଛି କହିବାକୁ ଭୟ କରୁଛନ୍ତି, ତେବେ ଜାଣି ରଖନ୍ତୁ ଏହି ଡର ଆପଣଙ୍କର ପ୍ରେମ ରାସ୍ତାରେ ଏକ ବଡ଼ କଣ୍ଟା ହୋଇ ରହିବ ।

– କିଛି ପୁଅ ସେମାନଙ୍କର ପାର୍ଟନରଙ୍କୁ ଡେଟରେ ନେଇ ଯାଇଥିବା ସମୟରେ କେବଳ ନିଜ ବିଷୟରେ ଗପି ଚାଲିଥାନ୍ତି । ଯେପରିକି ନିଜର ପରିବାର, ବନ୍ଧୁ ପରିଜନ, ଚାକିରି, ବିଜିନେସ ଆଦି । ଏହା ଆପଣଙ୍କ ପାର୍ଟନରଙ୍କୁ ଆଦୌ ଭଲ ଲାଗେ ନାହିଁ ।

– ଯଦି ଆପଣ ପ୍ରଥମ ଥର ପାଇଁ ଡେଟରେ ଯାଉଛନ୍ତି, ତେବେ କିଛି କହିବା ପୂର୍ବରୁ ପ୍ରଥମେ ପାର୍ଟନରଙ୍କର ପସନ୍ଦ ନାପସନ୍ଦ ବିଷୟରେ ଜାଣି ରଖନ୍ତୁ ।