fbpx

ବିବାହ ପରେ ପତ୍ନୀକୁ ଛାଡି ବିଦେଶ ଚାଲିଗଲା ପତି, ସୁପ୍ରିମକୋର୍ଟ ଶୁଣାଇଲେ ଶ୍ୱଶୁରକୁ ସଜା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣୀ କରି ଏକ ଅଜବ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୀ କରି ବୋହୂକୁ ଗୁଜୁରାଣ ଦେବାକୁ ଆଦେଶ ଦେଇଛନ୍ତି । ଏହି ବ୍ୟକ୍ତିଙ୍କ ପୁଅ ବିବାହର ଠିକ୍ ପରେ ପରେ ପତ୍ନୀଙ୍କୁ ଛାଡି ଅଷ୍ଟ୍ରେଲିଆ ଚାଲି ଯାଇଛନ୍ତି ଓ ସେଠାରେ ସେ ଦ୍ୱିତୀୟ ବିବାହ କରି ନେଇଛନ୍ତି । ସୁପ୍ରିମକୋର୍ଟର ଦୁଇ ଜଣିଆ ବିଚାରପତି ବିଶିଷ୍ଟ ବେଞ୍ଚ ମୋହନ ଗୋପାଳ ଦାସ ନାମକ ଏହି ବ୍ୟକ୍ତିଙ୍କୁ ନିଜର ୬ ଦୋକାନ ବିକ୍ରୀ କରି ବୋହୂକୁ ଗୁଜରାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ ମୋହନ ଗୋପାଳଙ୍କୁ ତାଙ୍କର ୬ ଗୋଟି ଦୋକାନ ବିକ୍ରୀ କରିବାରେ ସହାୟତା କରିବାକୁ ହାଇକୋର୍ଟଙ୍କୁ ବି ଆଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ପର୍ଯ୍ୟନ୍ତ ବାକିଥିବା ଗୁଜରାଣ ଭତ୍ତା ୧.୨୫ କୋଟି ଟଙ୍କା ମିଳି ନାହିଁ ସେ ପର୍ଯ୍ୟନ୍ତ ସମ୍ପତ୍ତିରୁ ଯେଉଁ ପଇସା ମିଳୁଛି ତାହା ଯାଚିକାକର୍ତ୍ତା ମହିଳାଙ୍କୁ ପ୍ରଦାନ କରିବେ । କୋର୍ଟ ନିଜ ଆଦେଶରେ କହିଛନ୍ତି ୩ ମାସ ଭିତରେ ସମସ୍ତ ସଂପତ୍ତି ବିକ୍ରୀ ହୋଇ ନ ଥିଲେ ସେହିସବୁ ସଂପତ୍ତି ମହିଳାଙ୍କ ନାମରେ କରିଦିଆଯିବ ।

ମିଳିଥିବା ସୂଚନା ଅନୁସାରେ ବରୁଣ ଗୋପାଳଙ୍କ ବିବାହ ୨୦୧୨ରେ ହୋଇଥିଲା । ଏହି ସମୟରେ ସେ ଅଷ୍ଟ୍ରେଲିଆରେ ଚାକିରୀ କରୁଥିଲେ । ବିବାହ ପରେ ସେ ଅଷ୍ଟ୍ରେଲିଆ ଗଲେ ଓ ଆଉ ଫେରିଲେ ନାହିଁ । ଏହାପରେ ତାଙ୍କ ପତ୍ନୀ ବରୁଣ ଓ ତାଙ୍କ ପିତାଙ୍କ ବିରୁଦ୍ଧରେ ଏଫଆଇଆର ଦାଖଳ କରିଥିଲେ । ୨୦୧୭ରେ ବରୁଣ ଅଷ୍ଟ୍ରେଲିଆର ଏକ କୋର୍ଟରେ ତଲାକ ଡିଗ୍ରୀ ବି ହାସଲ କରିନେଇଥିଲେ ।

Get real time updates directly on you device, subscribe now.