fbpx

ବିଶ୍ୱ ସ୍ତରରେ ଭାରତୀୟ ମୁଦ୍ରାରେ ହୋଇପାରିବ କାରବାର, ଅର୍ଥ ବ୍ୟବସ୍ଥା ଉପରେ ପଡ଼ିବ ପ୍ରଭାବ

Advertisement

ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଭାରତକୁ ମିଳିଛି ବଡ଼ ସଫଳତା । ଏଣିକି ଭାରତୀୟ ମୁଦ୍ରାରେ ଅଶୋଧିତ ତୈଳ କାରବାର କରାଯାଇପାରିବ । ଏହା ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ଖୁସି ଖବର । ବର୍ତ୍ତମାନ ଭାରତ ଏହାର ମୁଦ୍ରାକୁ ବିଶ୍ୱ ସ୍ତରକୁ ନେବା ଦିଗରେ ଆଗେଇ ଆସିଛି ।

ନିକଟରେ ଭାରତ ୟୁଏଇରୁ ଭାରତୀୟ ମୁଦ୍ରାରେ ମୂଲ୍ୟ ପୈଠ କରି ଆଶୋଧିତ ତୈଳ କ୍ରୟ କରିଥିଲା । ୟୁଏଇରୁ ଟଙ୍କା ମାଧ୍ୟମରେ କାରବାର କରିବାରେ ଭାରତ ପ୍ରଥମ ଦେଶ ହୋଇପାରିଛି । ତେବେ ଏହି ମାମଲା ସହ ଜଡ଼ିତ ଅଧିକାରୀଙ୍କ କହିବାନୁଯାୟୀ ଭାରତ ଅନ୍ୟ ତୈଳ ଯୋଗାଣକାରୀ ଦେଶ ସହ ଏହିପରି ଟଙ୍କାରେ କାରବାର କରିବା ପ୍ରୟାସ ଜାରି ରଖିଛି । କିନ୍ତୁ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ଲାଗୁ କରିବା ଏକ ପ୍ରକ୍ରିୟା ଏବଂ ଏଥିପାଇଁ କୌଣସି ଲକ୍ଷ ଧାର୍ଯ୍ୟ କରାଯାଇ ନାହିଁ । ବର୍ତ୍ତମାନ ଟଙ୍କା ମାଧ୍ୟମରେ ଅଶୋଧିତ ତୈଳ କାରବାର କରିବା ଦ୍ୱାରା ଅର୍ଥ ସଞ୍ଚୟ ହୋଇଥାଏ । ଏହା ବ୍ୟତୀତ ଆନ୍ତର୍ଜାତୀୟ ସ୍ତରରେ ଟଙ୍କାରେ କାରବାର ହେବା ଦ୍ୱାରା ଡଲାରର ଚାହିଦା ହ୍ରାସ ପାଇବ ଏବଂ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କମ ପ୍ରଭାବ ପଡ଼ିବ । ଭାରତରେ ଆମଦାନୀ ଶସ୍ତା ହେଲେ ଏଠାରେ ବିକ୍ରି ହେଉଥିବା ସାମଗ୍ରୀର ମୂଲ୍ୟରେ ମଧ୍ୟ ହ୍ରାସ ପରିଲିଖିତ ହେବ । ଏହାର ଫାଇଦା ଉଠାଇପାରିବେ ସାଧାରଣ ଜନତା ।

Get real time updates directly on you device, subscribe now.