fbpx

ଗୋଟ୍ ଫିଲ୍ମ ଦେଖିବା ନେଇ ଯୋଜନା କରୁଛନ୍ତି କି ? ଜାଣି ନିଅନ୍ତୁ ରିଭ୍ୟୁ

GOAT First Review Out know about the fans reaction

ନୂଆଦିଲ୍ଲୀ: ରିଲିଜ ହେଲା ଚର୍ଚ୍ଚାରେ ରହି ଆସୁଥିବା ସିପରଷ୍ଟାର ଥାଲାପତି ବିଜୟଙ୍କ ଅଭିନୀତ ଫିଲ୍ମ ଗୋଟ୍( ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ୍) । ସକାଳୁ ସକାଳୁ ପ୍ରେକ୍ଷାଳୟ ଆଗରେ ଭିଡ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ସୁପରଷ୍ଟାରଙ୍କୁ ଡବଲ ରୋଲରେ ଦେଖିବାକୁ ମିଳୁଛି । ତେବେ ଆଡଭାନ୍ସ ବୁକିଂରେ ଏହି ଫିଲ୍ମ ରେକର୍ଡ କରିଥିବା ବେଳେ ରିଲିଜ ହେବା ପରେ ଏହା ପରେ ମଧ୍ୟ ଚର୍ଚ୍ଚା ଆହୁରି ବୃଦ୍ଧି ପାଇଛି । ସକାଳ 4ରୁ ଫ୍ୟାନ୍ସ ପ୍ରେକ୍ଷାଳରେ ଆଗରେ ଖୁସି ମନାଇଛନ୍ତି । ଏହାର ରିଭ୍ୟୁ ମଧ୍ୟ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ଥାଲାପତି ବିଜୟଙ୍କ ପୂର୍ବ ଫିଲ୍ମ ଲିଓକୁ ଫ୍ୟାନ୍ସ ଭରପୁର ଭଲପାଇବା ଦେଇଥିବା ବେଳେ ଗୋଟ୍ ପ୍ରତି ମଧ୍ୟ ସମର୍ଥନ ଦେଖିବାକୁ ମିଳୁଛି ।

ଗୋଟ୍ ଫିଲ୍ମ ନେଇ ଫ୍ୟାନ୍ସଙ୍କ ମତ: ଥାଲାପତି ବିଜୟଙ୍କ 3 ଦଶକର କ୍ୟାରିୟର ଭିତରେ ସେ ଅନେକ ଫିଲ୍ମ ହିଟ୍ ହୋଇଛନ୍ତି । ତାମିଲ ଫିଲ୍ମ ଉଦ୍ୟୋଗକୁ ଫ୍ୟାନ୍ସ ସବୁଠାରୁ ଅଧିକ ଭଲ ପାଇବା ଦେଇଥିଲେ । ସାନଦାର ଅଭିନୟ ପାଇଁ ସେ ଲକ୍ଷଲକ୍ଷ ଫ୍ୟାନ୍ସଙ୍କ ହୃଦୟ ଜିତି ପାରିଛନ୍ତି । ଦ ଗ୍ରେଟେଷ୍ଟ ଅଫ ଅଲ୍ ଟାଇମ୍ କଥା ଯଦି ଦେଖିବା ତାହେଲେ ଏହା ଜୋ ଭେକେଣ୍ଟ ପ୍ରଭୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଏବଂ ଏକ ସାଇନ୍ସ ଫିକ୍ସନ ଆକ୍ସନ ଥ୍ରୀଲର ଅଟେ । ତେବେ ଫିଲ୍ମ ରିଲିଜ ହେବା ପରେ ଅନେକ ଏହାକୁ ବ୍ଲକବାଷ୍ଟର କହିବା ସହିତ ଅନେକ ମେଗା ଏଣ୍ଟରଟେନମେଣ୍ଟ ବୋଲି ମତ ଦେଇଛନ୍ତି । ଥାଲାପତିଙ୍କ ଜବରଦସ୍ତ ଆକ୍ସନ ସାଙ୍ଗକୁ କମେଡି ଅନ୍ଦାଜ ଲୋକଙ୍କ ମନ ଜିତିଥିବା ଦେଖାଯାଇଛି ।  ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଚେନ୍ନାଇରେ ଫ୍ୟାନ୍ସମାନେ ପ୍ରେକ୍ଷାଳୟ ବାହାରେ ଥାଲାପତିଙ୍କ ପୋଷ୍ଟର ଉପରେ କ୍ଷୀର ଢାଳୁଥିବା ଦେଖାଯାଇଛି ।  ଏହାସହିତ ବାଣ ଫୁଟାଇ ଖୁସି ମନାଉଛନ୍ତି ଫ୍ୟାନ୍ସ । ତେବେ ଅଘଟଣକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ମୁତୟନ ହୋଇ ରହିଛନ୍ତି ।

Get real time updates directly on you device, subscribe now.