fbpx

କାର୍‌ରେ ଛେଳି ଚୋରି ଘଟଣା: ଥାନାର ଦ୍ୱାରସ୍ଥ ହେଲେ ମାଲିକ, ମାମଲା ରୁଜୁକରି ଚୁପ ବସିଛି ପୋଲିସ୍

ପୋଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ, କଣ କରବେ ବୃଦ୍ଧ ଦମ୍ପତି ?

କଟକ: (ଓଡ଼ିଶା ଭାସ୍କର) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଙ୍କିଲ ଗାଁ’ରୁ ଛେଳି ଚୋରି ହେବା ଘଟଣାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଛେଳି ମାଲିକ । ତାଙ୍କ ରିପୋର୍ଟ ମୁତାବକ କଳା ରଙ୍ଗର ଏକ କାର ଭିତରେ ୧୦ ଟି ଛେଳିକୁ ଲୁଟେରା ମାନେ ଭର୍ତ୍ତିକରି ଛୁ’ ମାରିଛନ୍ତି । ଏହି ଗାଁ’ର ବୃଦ୍ଧ ବିପିନ ବିହାରୀ ନାୟକ ଏବଂ ପତ୍ନୀ ସୀତଲତା ନାୟକ ଅତ୍ୟନ୍ତ ଗରୀବ ଶ୍ରେଣୀୟ ଲୋକ । ଏହି ବୃଦ୍ଧ ଦମ୍ପତ୍ତି ନିଜ ଘରେ ଛେଳି ପାଳନ କରି ପରିବାର ପ୍ରତିପୋଷଣ କରନ୍ତି ।ଏହି ଛେଳି ପାଳନ ଦ୍ୱାରା ବିପିନଙ୍କ ତେଲ ଲୁଣର ସଂସାର ଯଥାକଥା ଚଳିଯାଏ ।୧୦ ଟି ଛେଳି ଚୋରି ହୋଇ ଯିବାରୁ ବୃଦ୍ଧ ବିପିନ ଓ ତାଙ୍କ ପତ୍ନୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ନିରୁପାୟ ହୋଇ ଚୋରି ଛେଳି ଗୁଡିକୁ ଉଦ୍ଧାର ପାଇଁ ବିପିନ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା, ପୋଲିସ କେବଳ କେଶ୍ ନମ୍ବର ୧୮୩/୨୦୨୩ ରେ ଏକ ମାମଲା ରୁଜୁକରି ଚୁପ ହୋଇ ବସିପଡିବା କୁହାଯାଉଛି ।

ରିପୋର୍ଟ ପାଇବା ପରେ ପୋଲିସ ନାଁ ଘଟଣା ସ୍ଥଳକୁ ଆସିଛି, ନାଁ ଚୋରୀ ଘଟଣା ବାବଦରେ ତନାଘନା ଆରମ୍ଭ କରିଛି ?
ପୋଲିସ କେବଳ ଅଭିଯୋଗକାରୀଙ୍କ ଆଧାର କାର୍ଡ ମାଗିବା ବ୍ୟତୀତ ଏହି ଛେଳି ଚୋରୀ ମାମଲାରେ ପାଦେ ବି ଆଗକୁ ବଢ଼ିପାରି ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସମୟ କହିବ ବୃଦ୍ଧ ଦମ୍ପତିଙ୍କ ଛେଳି ଉଦ୍ଧାର କରିବାରେ ପୋଲିସ କେତେ ସଫଳ ହେଉଛି । ଏହି ଥାନା ଅଂଚଳରେ ଗତ ଦୁଇଦିନ ତଳେ ପୋଲିସର ନାକତଳୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ବେଳେ ଲୁଟେରାଙ୍କ ପତ୍ତା ମିଳୁନି । ଏହାରି ଭିତରେ ପୁଣି ଥରେ ସାମ୍ନା କୁ ଆସିଛି ଛେଳି ଚୋରି ମାମଲା । ପୋଲିସ ଯେଉଁଠି କଥା କହି ପାରୁଥିବା ଲୋକଙ୍କ ଧନଜୀବନ ର ସୁରକ୍ଷା ଦାୟୀତ୍ୱ ନିର୍ବାହ କରିବାରେ ବିଫଳ, ସେଠି ନିରୀହ ମୁକ ପଶୁ ମାନଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?
ତେବେ ଗୃହ ପାଳିତ ପଶୁ ମାନଙ୍କୁ ନେଇ ନିଜ ଜୀବନ ଜୀବିକା ନିର୍ବାହ କରିଆସୁଥିବା ବୃଦ୍ଧ ଦମ୍ପତିଙ୍କ ଅଭିଯୋଗ ଉପରେ ସ୍ଥାନୀୟ ପୋଲିସ କି ପଦକ୍ଷେପ ଗ୍ରହଣ କରୁଛି, ସେକଥା ଆଗକୁ ହିଁ ଜଣା ପଡିବ ।

Get real time updates directly on you device, subscribe now.