ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନା ଦର, ପ୍ରଥମ ଥର ୯୮ ହଜାର ପାର କଲା ସୁନା, ରୂପା ହେଲା ଲକ୍ଷେ
ଏପ୍ରିଲ ମାସ ଚଳିତ ସପ୍ତାହରେ ଲକ୍ଷେ ଛୁଇଁବ ସୁନା! ଆଜି ଭୁବନେଶ୍ୱରରେ ୯୮ ହଜାର ପାର କରି ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର।
ଭୁବନେଶ୍ୱର: ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ଏକଥା ଆମେ କହୁନୁ, ପୂର୍ବରୁ ଯାହା ଆକଳନ କରାଯାଉଥିଲା କି, ସୁନା ଲକ୍ଷେ ପାର କରିବ। ତାହା ଧିରେ ଧିରେ ସତ ହୋଉଛି। କାରଣ ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି ସୁନା ଦର।
ହଁ ଆଜି ଭୁବନେଶ୍ୱରରେ ୭୦୦ ଟଙ୍କା ବଢିଛି ସୁନା ଦର। ଏହାସହ ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୮ ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୯୦ ହଜାର ପାର କରିଛି ୨୨ କ୍ୟାରେଟ୍ ସୁନା।
ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ମହଙ୍ଗା ହୋଇଛି ସୁନା ୭୦୦ ଟଙ୍କା। କେବଳ ସୁନା ନୁହେଁ ରୁପା ଦର ମଧ୍ୟ ଆଜି ବଢ଼ିଛି।
ରୁପା କିଲୋ ପ୍ରତି ଦାମ୍ ଏକ ଲକ୍ଷ ୧୧ ହଜାର ଟଙ୍କା ହୋଇଛି। ବିବାହ ସିଜିନରେ ରୁପା ଓ ସୁନାର ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ବେଶ୍ ବାଧୁଛି। ଯାହା ଆକଳନ କରାଯାଉଛି ଏହି ସପ୍ତାହେ ଭିତରେ ସୁନା ୧୦ ଗ୍ରାମ ପିଛା ଲକ୍ଷେ ଟପିଯିବ।