fbpx

ସୁନା ୪୦୪ ତ’ ରୂପା ୬୫୫

ବିବାହ ଋତୁରେ ଅନଲକ ଭାରତରେ ଧିରେ ଧିରେ ବଜାର ଉଜ୍ୱଳ ହେବାକୁ ଲାଗିଲାଣି । ଜୁନ୍ ୪ ଅର୍ଥାତ୍ ଆଜି ସୁନା ଓ ରୂପା ଦାମ୍ କମିଛି । ୨୨ କ୍ୟାରେଟରୁ ୨୪ କ୍ୟାରେଟ ପର୍ଯ୍ୟନ୍ତ ସୁନା ଶସ୍ତା ହୋଇଛି । ରୂପା ମଧ୍ୟ କିଲୋଗ୍ରାମ ପିଛା ୬୫୫ ଟଙ୍କା ଶସ୍ତା ହୋଇଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

ତେବେ ଆଜି ସକାଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦୪ ଟଙ୍କା ହ୍ରାସ ପାଇଛି । ଏହି କ୍ରମରେ ୧୦ ଗ୍ରାମ ପିଛା ୪୬,୪୪୧ ଟଙ୍କାରେ ସୁନା ବିକ୍ରି ହେଉଛି । ଅନ୍ୟପଟେ ରୂପା କିଲୋଗ୍ରାମ ପିଛା ୬୫୫ ଟଙ୍କା ହ୍ରାସ ପାଇଁ ୪୭,୬୪୦ ଟଙ୍କାରେ ପହଞ୍ଚିଛି ।

ଏହା ସହ ୨୩ କ୍ୟାରେଟ ସୁନା ୪୦୨ ଟଙ୍କା ହ୍ରାସ ପାଇ ୪୬,୨୫୫ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ୨୨ କ୍ୟାରେଟ ସୁନା ଦର ୩୭୦ ଟଙ୍କା ହ୍ରାସ ପାଇ ୪୨,୫୪୦ ଟଙ୍କାରେ ପହଞ୍ଚିଛି । ଏଥିରେ ଜିଏସଟି ମଧ୍ୟ ଲାଗୁ ହୋଇନାହିଁ ।

Get real time updates directly on you device, subscribe now.