ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ସୁନା, ଆଜି ୧୦ ଗ୍ରାମ ପିଛା କମିଗଲା ଏତିକି ଟଙ୍କା, ଜାଣନ୍ତୁ
ଆଜି ଅକ୍ଷୟ ତୃତୀୟାରେ କମିଗଲା ଏତିକି ଟଙ୍କା ସୁନା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଘରକୁ ସୁନା ଆଣିବା ଖୁବ ଶୁଭ। ଏହି ଅବସରରେ ଆଜି ସୁନା ଦର ସାମାନ୍ୟ କମିଥିବା ନଜର ଆସିଛି। ଗତକାଲି ସୁନା ଦର ବୃଦ୍ଧି ଘଟିଥିବା ବେଳେ ଆଜି ଭୁବନେଶ୍ୱରରେ ସୁନା ଦର ହ୍ରାସ ପାଇଛି। ତେବେ ଆସନ୍ତୁ ଜାଣିବା..
୨୨ କ୍ୟାରେଟ୍ ଗୋଲ୍ଡ: ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୦ ଟଙ୍କା କମିଛି। ଗତକାଲି ଏହାର ମୂଲ୍ୟ ୮୯ ହଜାର ୮୦୦ ଟଙ୍କା ଥିବାବେଳେ ଆଜି ଏଥିରେ ୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୮୯ ହଜାର ୭୫୦ଟଙ୍କାରେ ବିକ୍ରି ହେଉଛି।
୨୪ କ୍ୟାରେଟ୍: ଆଜି ଅକ୍ଷୟ ତୃତୀୟା ଘରକୁ ସୁନା ମୁଦ୍ରା ଆଣିବାକୁ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୭ ହଜାର ୯୧୦ ଟଙ୍କାରେ ବିକ୍ରି ହେଉଛି। ଏଥିରେ ୬୦ ଟଙ୍କା ହ୍ରାସ ପାଇଛି। ଗରକାଲି ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭ ହଜାର ୯୭୦ ଟଙ୍କାରେ ବିକ୍ରି ହେଉଥିଲା।
୧୮ କ୍ୟାରେଟ୍ ସୁନା ଦର: ଆଜି ୧୮ ଗ୍ରାମ ସୁନା ଦର ୧୦ ଗ୍ରାମ ପିଛା ୭୩ ହଜାର ୪୪୦ ଟଙ୍କାରେ ବିକ୍ରି ହେଉଛି। ଅକ୍ଷୟ ତୃତୀୟା ପାଇଁ ଏଥିରେ ୪୦ ଟଙ୍କା ହ୍ରାସ ପାଇଛି। ଗତକାଲି ଏହାର ମୂଲ୍ୟ ୭୩ ହଜାର ୪୮୦ ଟଙ୍କା ଥିଲା।
ତେବେ ସୁନା ଦର ସହ ଅଳଙ୍କାର ଗଢା ମଜୁରୀ ସମସ୍ତ ଅଳଙ୍କାର ଦୋକାନର ଭିନ୍ନ ଭିନ୍ନ ଚାର୍ଜ ରହିଛି। ଆପଣ ଆଜି କିଣିବାକୁ ପ୍ଲାନ କରିଥିଲେ, ନିଶ୍ଚିତ ଭାବେ ଲାଭବାନ ହେବେ, କାରଣ ଆଜି ଅକ୍ଷୟ ତୃତୀୟା ଅବସରରେ ଅନେକ ଜୁଏଲର୍ସ ଗଢା ମଜୁରୀ କକ କରି ଗ୍ରାହକଙ୍କୁ ଅଫର ଦେଇଥାଆନ୍ତି।