fbpx

ପାର୍ବଣ ଋତୁ ପାଇଁ ୫ ହଜାର କମିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ସୁନାର ମୂଲ୍ୟ କେତେ

ନୂଆଦିଲ୍ଲୀ: ସୁନା ମୂଲ୍ୟରେ ବର୍ତ୍ତମାନ ଦ୍ରୁତ ହ୍ରାସ ଘଟିଛି। ଆନ୍ତର୍ଜାତୀୟ ବଜାରରେ ଚାଲିଥିବା ଅଶାନ୍ତି ଯୋଗୁଁ ସୁନାରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ୧୦ ଗ୍ରାମ ପ୍ରତି ସୁନା ହାର ୫୦୦୦ ରୁ ଅଧିକ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ଆପଣଙ୍କ ମନରେ ଏକ ପ୍ରଶ୍ନ ଆସୁଥିବା କି ସୁନା କିଣିବା ପାଇଁ ଏହା ଉପଯୁକ୍ତ ସମୟ କି ନୁହେଁ? ନବରାତ୍ରିରୁ ପାର୍ବଣ ଋତୁ ଆରମ୍ଭ ହେଉଛି। ଏହି ସମୟ ମଧ୍ୟରେ ସୁନା ଓ ରୂପା ପାଇଁ ଚାହିଦା ବଢିଥାଏ। ଦୀପାବଳି ଏବଂ ଧନ୍ତରାସ ଅବସରରେ ଭାରତରେ ସୁନା ଓ ରୂପା କିଣିବାର ଏକ ପରମ୍ପରା ରହିଛି।

ଅନ୍ତର୍ଜାତୀୟ ବଜାରରେ ବିଶେଷ କରି ଆମେରିକୀୟ ବଜାରରେ ଚାପ ଯୋଗୁଁ ସୁନା ହ୍ରାସ ପାଉଛି। ବୁଧବାର ଆନ୍ତର୍ଜାତୀୟ ବଜାରରେ ସୁନା ଅନ୍ସ ୧୮୨୭.୪୦ ଡଲାରକୁ ଖସି ଆସିଛି। ପ୍ରାୟ ଚାରିମାସ ପୂର୍ବେ ଏହା ଅନ୍ସ ପ୍ରତି ରେକର୍ଡ ସ୍ତରରେ $ ୨,୦୮୫.୪୦ ରେ ପହଞ୍ଚିଥିଲା। ସେହିଭଳି ରୂପା ମଧ୍ୟ ୦.୪୮ ପ୍ରତିଶତ ହ୍ରାସ ହୋଇ ୨୧.୨୮ ଡଲାରରେ ପହଞ୍ଚିଛି। ଭାରତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟ ରେକର୍ଡ ସ୍ତରରେ ୬୧୭୦୦ ଟଙ୍କା ପହଞ୍ଚିଛି। ସେହି ସ୍ତରରୁ ବର୍ତ୍ତମାନ ପର୍ୟ୍ୟନ୍ତ ୧୦ ଗ୍ରାମ ପ୍ରତି ସୁନା ୫୦୦୦ ରୁ ଅଧିକ ହ୍ରାସ ପାଇଛି।

ଗୁରୁବାର ସକାଳେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଓ ରୂପା ସାମାନ୍ୟ ବୃଦ୍ଧି ଘଟିଥିବାର ଦେଖାଯାଉଛି। ସକାଳେ ରୂପା କିଲୋଗ୍ରାମରେ ୪୬୭ ଟଙ୍କା ବୃଦ୍ଧି ସହିତ ୬୭୩୫୨ ଟଙ୍କାରେ କାରବାର କରୁଛି। ସେହିଭଳି ସୁନା ୧୪୯ ଟଙ୍କା ବୃଦ୍ଧି ପାଇଛି ଏବଂ ୧୦ ଗ୍ରାମ ପ୍ରତି ୫୬୮୭୦ ଟଙ୍କାରେ କାରବାର କରୁଛି। ବୁଧବାର ବନ୍ଦ ହୋଇଥିବା ବାଣିଜ୍ୟ ଅଧିବେଶନରେ ବୁଲିଅନ୍ ବଜାର ବିଷୟରେ କହିବାକୁ ଗଲେ ସୁନା ୧୦ ଗ୍ରାମ ପିଛା ୫୬୬୫୩ ଟଙ୍କା ଏବଂ କିଲୋଗ୍ରାମରେ ୬୭୪୪୬ ଟଙ୍କା ବନ୍ଦ ହୋଇଯାଇଥିଲା। ରୂପା ମୂଲ୍ୟ ଚାରିମାସ ପୂର୍ବରୁ ୭୭୨୮୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଚାରିମାସ ପୂର୍ବେ ସ୍ତରରୁ ଏଥିରେ ପ୍ରାୟ ୧୦ ହଜାର ଟଙ୍କା ହ୍ରାସ ଘଟିଛି।

Get real time updates directly on you device, subscribe now.