fbpx

ଆଜି ବି କମିଲା ସୁନା: କିନ୍ତୁ ମହଙ୍ଗା ହେଲା ରୂପା, ଜାଣନ୍ତୁ ଦାମ୍

ନୂଆଦିଲ୍ଲୀ,୧୬ ।୨: ଭାରତୀୟ ବଜାରରେ ଆଜି ବି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି । ଦିଲ୍ଲୀ ସାରାଫା ବଜାରରେ ମଙ୍ଗଳବାର ଅର୍ଥାତ୍ ୧୬ ଫେବୃଆରୀ ୨୦୨୧ ଦିନ ୧୦ ଗ୍ରାମ ପ୍ରତି ସୁନା ମୂଲ୍ୟ ମାତ୍ର ୯ ଟଙ୍କା ହ୍ରାସ ପାଇଛି । କିନ୍ତୁ ରୂପା ମୂଲ୍ୟ କିଲୋଗ୍ରାମରେ ୯୫ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ ବୁଲିଅନ୍ ମାର୍କେଟରେ ୧୦ ଗ୍ରାମ ପ୍ରତି ସୁନା ୪୬,୯୦୯ ଟଙ୍କା ହୋଇଥିବା ବେଳେ ରୂପା କିଲୋଗ୍ରାମ ପିଛା ୬୯,୪୩୫ ଟଙ୍କା ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ସୁନା ଦର ତୀବ୍ର ବୃଦ୍ଧି ଘଟିଥିବାବେଳେ ରୂପା ମୂଲ୍ୟ ସମାନ ରହିଛି ।

ତେବେ ଦିଲ୍ଲୀ ସାରାଫା ବଜାରରେ ମଙ୍ଗଳବାର ଦିନ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୯ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀ ରେ ୯୯.୯ ଗ୍ରାମ ଶୁଦ୍ଧ ସୁନାର ନୂତନ ମୂଲ୍ୟ ବର୍ତ୍ତମାନ ୪୬,୯୦୦ ଟଙ୍କା ହୋଇଛି । ଏହାପୂର୍ବରୁ ସୁନା ୧୦ ଗ୍ରାମ ପିଛା ୪୬,୯୦୯ ଟଙ୍କା ଥିଲା ।

Get real time updates directly on you device, subscribe now.