ଭୁବନେଶ୍ୱର: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ସୁନା ବଜାରରେ ଲାଗିଲା ନିଆଁ । କିଛିମାସ ଧରି ସୁନା ଦର ବଢ଼ିଚାଲିଥିବାବେଳେ ଟ୍ରମ୍ପଙ୍କ ଟ୍ରାରିଫ ମାଡ଼ରେ ସୁନା ଦାମ ଆହୁରି ବଢ଼ିଯାଇଛି ।
ଉଦ୍ଦେଶ୍ୟମୂଳକ ଭାବେ ଟ୍ରମ୍ପ ଭାରତ ଉପରେ ୫୦% ଟାରିଫ୍ ଘୋଷଣା କରିବା ପରେ ସୁନା ବଜାରରେ ଏ ପ୍ରକାର ଅସ୍ଥିରତା ଦେଖିବାକୁ ମିଳିଛି ।
ଆଜି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୯୬୧୫ ଟଙ୍କା ଥିବାବେଳେ ୧୦ ଗ୍ରାମର ମୂଲ୍ୟ ରହିଛି ୯୬ ହଜାର ୧୫୦ ଟଙ୍କା ।
ସେହିପରି ୨୪ କ୍ୟାରେଟ୍ ସୁନା ୧ ଗ୍ରାମ ପିଛା ୧୦,୦୯୬ ଟଙ୍କା ଥିବାବେଳେ ୧୦ ଗ୍ରାମକୁ ୧ଲକ୍ଷ ୯୬୦ ଟଙ୍କା ରହିଛି ।
ଗତକାଲି ମଧ୍ୟ ସମାନ ସୁନା ସର ସମାନ ରହିଥିଲା । ଆଗାମୀ ଦିନରେ ଟ୍ରମ୍ପ ଭାରତ ଉପରେ ଅଧିକ ଟାରିଫ କଷିଲେ ସେ ଅନୁଯାୟୀ ସୁନା ଦର ବଢ଼ିବା ଆରମ୍ଭ କରିବ ।
ସୁନା ଦର ବୃଦ୍ଧି ପାଇଁ ସାଧାରଣ ଲୋକଙ୍କ ଗହଣରେ ଅସନ୍ତୋଷ ଦେଖିବାକୁ ମିଳିଛି ।